fbpx
Home News  କରୋନାକୁ ମୁକାବିଲା କରିବା ପାଇଁ ଡରିଯିବା ନାହିଁ : ବାଗଚୀ

 କରୋନାକୁ ମୁକାବିଲା କରିବା ପାଇଁ ଡରିଯିବା ନାହିଁ : ବାଗଚୀ

ଭୁବନେଶ୍ୱର: ଓଡ଼ିଶାକୁ ୮୪ ହଜାର ଓଡ଼ିଆ ଫେରିଛନ୍ତି। ଏମାନେ ଅନ୍ୟ ରାଜ୍ୟ ଅଥବା ବିଦେଶରେ ବିଭିନ୍ନ କାମ କରୁଥିଲେ। ଭାରତ ଲକ୍‌ଡାଉନ୍‌ ହେବା ପୂର୍ବରୁ ଏମାନେ ଫେରିଆସିଛନ୍ତି। କିନ୍ତୁ ଏହି ସମସ୍ତଙ୍କୁ ସଙ୍ଗରୋଧରେ ରଖିବା ଦରକାର।  ଏହା  ନ ହେଲେ କାରାନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହେବ । ବାହାର ଫେରନ୍ତାଙ୍କ ସଂଖ୍ୟାକୁ ଆଖିରେ ରଖି ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨୭୬ଟି ସଙ୍ଗରୋଧ ସୁବିଧା ପ୍ରସ୍ତୁତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, ଯେଉଁ ଓଡ଼ିଆମାନେ ଅନ୍ୟ ରାଜ୍ୟରୁ ଅଥବା ବିଦେଶରୁ ଆସିଛନ୍ତି, ସେମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ଥାଇ ପାରନ୍ତି। ସେଥିପାଇଁ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ଡରିଯିବା ନାହିଁ। ଏହି ଯୁଦ୍ଧରେ ଆମକୁ ବିଜୟୀ ହେବାର ଦରକାର ଅଛି।

ବର୍ତ୍ତମାନ ଆମେ ଆମେ ୨ୟ ପର୍ଯ୍ୟାରେ ଅଛୁ, ତୃତୀୟ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। କାରଣ ତୃତୀୟ ପର୍ଯ୍ୟାୟରୁ ୪ର୍ଥ ପର୍ଯ୍ୟାୟରେ ପହଞ୍ଚିବା ବଡ଼ କଥା ନୁହେଁ। ଯଦି ଭାରତରେ କରୋନା ଭାଇରସ ୪ର୍ଥ ପର୍ଯ୍ୟାୟରେ ପହଞ୍ଚି ଯାଏ,ତେବେ ପରିସ୍ଥିତି  ଅକଳ୍ପନୀୟ ରହିବ । ତେଣୁ ଏବେ ସତର୍କତାର ସହିତ ଆମକୁ ବଞ୍ଚିବାର ଅଛି ବୋଲି ସେ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ କରୋନା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିଏ ଭଲ ପଦକ୍ଷେପ ନେଇଛନ୍ତି। ତୃତୀୟ ପର୍ଯ୍ୟାୟ ପାଇଁ ଜରୁରୀକାଳୀନ ଚିକିତ୍ସା କରାଯିବା ଦରକାର। ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଭୁବନେଶ୍ୱରରେ ୨ଟି ବୃହତ୍ତ ରାଜିନାମା ସ୍ୱାକ୍ଷର କରିଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଲକ୍‌ଡାଉନ ରହିବା, ସଂକ୍ରମଣ ଆଶଙ୍କା ହେଲେ ୧୦୪କୁ ଫୋନ୍‌ କରିବା। ସେମାନେ ନିଷ୍ପତ୍ତି ନେବେ ଆପଣଙ୍କ ଚିକିତ୍ସା ପାଇଁ କ’ଣ କରାଯିବ। କରୋନା ହସ୍‌ପିଟାଲ ବିପଦଜନକ ମୁକାବିଲା ପାଇଁ କାମ କରିବ। ଜରୁରୀ ନହେଲେ ୨ରୁ ୩ ସପ୍ତାହ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ। ସେ କହିଛନ୍ତି ଖବରକାଗଜ ବିତରଣ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ। ତେଣୁ ନ୍ୟୁଜ ପ୍ରିଣ୍ଟ ଚାଲିବ ତେଣୁ ଖବରକାଗଜ ଯାନ ରାସ୍ତାରେ ଯାଇପାରିବ। ସକାଳ ସମୟରେ ୪ଟାରୁ ୭ଟା ମଧ୍ୟରେ ଖବରକାଗଜ ବିତରଣ କରିବାରେ ଅସୁବିଧା ନାହିଁ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>