fbpx
Home News ୧୮ ଦିନରେ ମହାଭାରତ ଯୁଦ୍ଧ ଜିତାଯାଇଥିଲା, ଆମେ ୨୧ ଦିନରେ ଜିତିବା କରୋନା : ପ୍ରଧାନମନ୍ତ୍ରୀ

୧୮ ଦିନରେ ମହାଭାରତ ଯୁଦ୍ଧ ଜିତାଯାଇଥିଲା, ଆମେ ୨୧ ଦିନରେ ଜିତିବା କରୋନା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତାଙ୍କ ଲୋକସଭା ନିର୍ବାଚନମଣ୍ଡଳି ବାରଣାସୀକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନସିଂ ମାଧ୍ୟମରେ ମୋଦି ତାଙ୍କ ଭାଷଣ ଆରମ୍ଭରେ ଆଫଗାନିସ୍ତାନ ଗୁରୁଦ୍ୱାର ଆକ୍ରମଣକୁ ନେଇ ଦୁଃଖ ପ୍ରକଟ କରିଥିଲେ। ଏହା ସହ ମୃତାହତଙ୍କ ପରିବାର ଲାଗି ସମବେଦନା ଜଣାଇଥିଲେ।ସାରା ଦେଶରେ ଆଜିଠାରୁ ନବରାତ୍ରି ପାଳନ ହେଉଛି। ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କ ଆରାଧନା କରାଯାଏ।   ମା ଶୈଳ ପୁତ୍ରୀ ସ୍ନେହ, କରୁଣା ଓ ଦୟାର ସ୍ୱରୂପ। ତାଙ୍କୁ ପ୍ରକୃତିର  ଦେବୀ ବୋଲି ମଧ୍ୟ କୁହାଯାଏ। କରୋନା ଜନିତ ପରିସ୍ଥିତି ଯୋଗୁ ଦେଶ ଏବେ ଗୁରୁତର ସଂକଟ ଦେଇ ଗତି କରୁଛି। ଏଥିରେ ଆମ ସମସ୍ତଙ୍କୁ ମାଙ୍କ ଆଶିର୍ବାଦ ନିହାତି ଆବଶ୍ୟକ ବୋଲି କହିଥିଲେ ମୋଦି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାଭାରତ ୧୮ ଦିନରେ ଜିତା ଯାଇଥିଲା। ତେବେ ଆମକୁ ୨୧ ଦିନରେ ୧୩୦ କୋଟି ମହାରଥୀଙ୍କ ଦ୍ୱାରା କରୋନା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏଥିରେ କାଶୀବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାରଣ ଶାଶ୍ୱତ, ସନାତନ ଓ ସମୟାତୀତ ହେଉଛି କାଶୀର ଅଭିଜ୍ଞତା । ଏଣୁ ଲକ୍ ଡାଉନ୍ ପରିସ୍ଥିତିରେ କାଶୀ ଦେଶକୁ ସଞ୍ଜମ, ସମନ୍ୱୟ ଓ ସମ୍ବେଦନଶୀଳତାର ଶିକ୍ଷାଦେବ। ସେହପରି ସହଯୋଗ, ଶାନ୍ତି ଓ ସହନଶୀଳତାର ବି ଶିକ୍ଷାଦେବ। ଦେଶ ଶିଖିବ ସାଧନା, ସେବା ଓ ସମାଧାନର ସୂତ୍ର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>