fbpx
Home News ୨୧ ଦିନ ଲକଡାଉନ ଘୋଷଣା ପରେ ଗାଇଡ୍ ଲାଇନ୍ ଜାରି କଲେ କେନ୍ଦ୍ର ସରକାର

୨୧ ଦିନ ଲକଡାଉନ ଘୋଷଣା ପରେ ଗାଇଡ୍ ଲାଇନ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ  : ଭାରତରେ କରୋନା ଭାଇରସର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଜନତାକର୍ଫ୍ୟୁ ପରେ ପ୍ରଧାନମନ୍ତ୍ରୀ ଆଉ ଏକ ବଡ ନିଷ୍ପତ୍ତି ନେଇ ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଭାବେ ଲୋକ ଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆଜି ମଧ୍ୟ ରାତ୍ରଠୁ ନେଇ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ କଣ ଖୋଲା ରହିବ, କଣ ବନ୍ଦ ରହିବ, କେଉଁ ସେବା ଜାରି ରହିବ, କେଉଁ ଅଫିସ ବନ୍ଦ ରହିବ ଏବଂ କେଉଁ ଅଫିସ ଖୋଲା ରହିବ ତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସଭିଙ୍କ ପାଇଁ ଗାଇଡ୍ ଲାଇନ ଜାରି କରାଯାଇଛି।

୧ ଗାଇଡ୍ ଲାଇନ୍ ଅନୁଯାୟୀ ଭାରତ ସରକାର, ଏହାର ସ୍ଵଂୟଶାସିତ/ ସହାୟକ  ଅଫିସ ଏବଂ ପବ୍ଲିକ କର୍ପୋରେସ ବନ୍ଦ ରହିବ। କିନ୍ତୁ ଏହାର କର୍ମଚାରୀ ଘରୁ କାମ କରିବେ।

କେଉଁ  କାର୍ଯ୍ୟାଳୟ ଖୋଲା ରହିବ

ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳ, ଟ୍ରେଜେରୀ, ପେଟ୍ରୋଲିୟମ, ସିଏନଜି, ଏଲପିଜି, ପିଏନଜି, ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଶକ୍ତି ଯୋଗାଣ, ପୋଷ୍ଟ ଅଫିସ, ଜାତୀୟ ସୂଚନାଦାତା କେନ୍ଦ୍ର, ଓ୍ଵାର୍ଣ୍ଣିଂ ଏଜେନ୍ସି।

୨ ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଵଂୟଶାସିତ ବଡି, କର୍ପୋରେସନ ଆଦି କାର୍ଯ୍ୟାଳୟ ବନ୍ଦ ରହିବ। ଏହାର କର୍ମଚାରୀ ଘରେ ରହି କାମ କରିବେ।

ଏହି ସବୁ ଖୋଲା ରହିବ

ପୋଲିସ, ହୋମ୍ ଗାର୍ଡ, ସିଭିଲ୍ ଡିଫେନ୍ସ, ଅଗ୍ନିଶମ ସେବା, ବିପର୍ଯ୍ୟୟ ପରିଚାଳନା ଏବଂ ଜେଲ୍, ବିଦ୍ୟୁତ୍ ବିଭାଗ, ଜଳ, ସଫେଇ ଖୋଲା ରହିବ। ମ୍ୟୁନ୍ସିପାଲରେ ଆବଶ୍ୟକ ମୁତାବକ ସେବା ଯେପରି ସାଫ ସଫେଇ, ଜଳ ଯୋଗାଣ ଆଦି ସେବା  ଜାରି ରହିବ।

୩ ମେଡିକାଲ ଏବଂ ଏଥି ସମ୍ବନ୍ଧିତ ଡାକ୍ତରୀ ଉପକରଣର ଯୋଗାଣ, ଔଷଧ ଦୋକାନ, କ୍ଲିନିକ, ନର୍ସିଂ ହୋମ, ଆମ୍ବୁଲାନ୍ସ ଆଦି ଖୋଲା ରହିବ। ମେଡିକାଲ କର୍ମଚାରୀ ଯେପରି ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ଅନ୍ୟ ସହାୟକ କର୍ମଚାରୀଙ୍କ ଯାତାୟତକୁ ଅନୁମତି ଦିଆଯିବ।

୪ କାରବାର ଓ ଘରୋଇ ସଂସ୍ଥା ବନ୍ଦ ରହିବ

ଏଗୁଡିକ ଖୋଲା ରହିବ

ରାସନ ଦୋକାନ, କିରାନା ଦୋକାନ, ଫଳମୂଳ, ପନି ପରିବା, ଡାଏରୀ ଓ ଦୁଗ୍ଧ ଦୋକାନ, ମାଛ, ମାଂସ ଦୋକାନ ଆଦି ଖୋଲା ରହିବ। ଯଦି ଜିଲ୍ଲା ପ୍ରଶାସନ ହୋମ୍ ଡେଲିଭରୀ ସୁବିଧା ଯୋଗାଇ ପାରିବେ ତାକୁ ମଧ୍ୟ ଅନୁମତି ଦିଆଯିବ।

ବ୍ୟାଙ୍କ, ବୀମା ଅଫିସ ଏବଂ ଏଟିଏମ ଖୋଲା ରହିବ।

ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ।

ଟେଲି କମ୍ୟୁନିକେସନ, ଇଣ୍ଟରନେଟ୍ ସେବା, ବ୍ରଡକାଷ୍ଟିଂ ଏବଂ କେବୁଲ ସର୍ଭିସ୍ ସେବାର କର୍ମଚାରୀ ଯେତିକି ସମ୍ଭବ ଘରୁ କାମ କରିବେ।

ଇ-କମର୍ସ ମାଧ୍ୟମରେ ସମସ୍ତ ଜରୁରୀକାଳୀନ ଖାଦ୍ୟ, ଡାକ୍ତରୀ ଉପକରଣ ମିଳି ପାରିବ।

ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ଓ ଗ୍ୟାସ୍ ରିଟେଲ୍ ଓ ଷ୍ଟୋରେଜ୍ ଖୋଲା ରହିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>