fbpx
Home News ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶାହଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା।ଶାହଙ୍କ ଗସ୍ତ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ରେଡ୍ କାର୍ପେଟ ବିଛାଯିବା ସହ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ଏ ସମ୍ପର୍କରେ ଅମିତ ଶାହଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର କହିଛନ୍ତି, ପୂର୍ବରୁ ଅମିତ ଶାହ ବହୁଥର ପୁରୀ ଆସିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆସିଛନ୍ତି।  ଶାହ ପ୍ରଥମେ ୨୨ ପାହାଚ ଦେଇ ଗର୍ଭ ଗୃହକୁ ଯାଇଥିଲେ ଓ ଭିତର କାଠ ପାଖରେ ଦର୍ଶନ କରି  ପ୍ରଣାମି ଦେଇଥିଲେ। ଏହାପରେ ଦୀପଦାନ କରିଥିଲେ ।ସେ ଆହୁରି କହିଛନ୍ତି,“‘ ମୁକ୍ତି ମଣ୍ଡପ ପାଖରେ ପହଞ୍ଚି ଶାହ ବ୍ରାହ୍ମଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଓ ପ୍ରଣାମି ମଧ୍ୟ ଦେଇଥିଲେ। ଏହାପରେ ସେ  ବିମଳା ମନ୍ଦିର ଦେଇ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ।ପରେ ପତିତପାବନ ଦର୍ଶନ କରିଥିଲେ। ଫେରିବା ବେଳେ ବେହରଣ ଦୁଆର ପାଖରେ ନୀଳଚକ୍ର ଦର୍ଶନ କରିଥିଲେ।”ଫେରିବା ବେଳେ ନିଜ କୌଳିକ ପଣ୍ଡାଙ୍କ ସହ ଦୁଃଖସୁଖ ହୋଇ ଘରେ ସମସ୍ତେ କେମିତି ଅଛନ୍ତି ବୋଲି  ପଚାରିଥିଲେ ଶାହ। କେବଳ ଏତିକି ନୁହେଁ, ଦିଲ୍ଲୀ ଯାଇ ସାକ୍ଷାତ କରିବାକୁ ମଧ୍ୟ କହିଯାଇଥିବା କହିଛନ୍ତି ରଘୁନାଥ ଗୋସିକାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>