ମୋ ବସ ଭଡା ହ୍ରାସ ଅବଧି ୨ ମାସ ବଢିଲା

ଭୁବନେଶ୍ୱର : ମୋ ବସ୍ ଭଡା ଯାତ୍ରା ଭଡା ହ୍ରାସ ସମୟ ସରକାର ଆଉ ଦୁଇମାସ ବଢାଇଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୂର୍ବ ରିହାତି ବଳବତ୍ତର ରଖିବା ପାଇଁ କ୍ରୁଟ୍ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ଶୀତ ଦିନକୁ ଦୃଷ୍ଟିରେ ରଖି ମୋ ବସ୍ ଏସି ଯାତ୍ରୀ ଭଡା ଗତ ଡିସେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ସେହି ଅନୁ ଯାୟୀ ଏହି ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ୩୮ ପ୍ରତିଶତ କମ୍ ଭଡା ଦେବାକୁ ପଡୁଥିଲା । ୨ମାସ ଅବଧି ବଢିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଖୁସି ଦେଖାଯାଇଛି । ଧାର୍ଯ୍ୟ ଅନୁଯାୟୀ ଭୁବନେଶ୍ୱର ନନ୍‌ଏସି ବସରେ ଯାତ୍ରା ପାଇଁ ମାସିକ ପାସ୍ କରିବାକୁ ହେଲେ ୬ଶହ ଟଙ୍କା ଦେବାକୁ ପଡିବ । କିନ୍ତୁ ରିହାତିରେ ଏହାକୁ ୫୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ମ୍ୟାଜିକ୍ ନନ୍‌୍‌ଏସି ପାସ୍ ୧୨ଶହ ଟଙ୍କାରୁ ୧୧ଶହ ଟଙ୍କା, ଏସିପାସ୍ ୧୮ଶହ ଟଙ୍କାରୁ ୧୫ଶହ ଟଙ୍କା ରହିଛି ।

Loading...
>