ଘରୋଇ ଟିଉସନ କରୁଥିବା ୧୧୧ ସରକାରୀ ଅଧ୍ୟାପକଙ୍କ ତାଲିକା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: କୌଣସି ପରିସ୍ଥିତିରେ ସରକାରୀ ଚାକିରୀ କରିଥିବା ଅଧ୍ୟାପକମାନେ ନିଜ କଲେଜ ବ୍ୟତୀତ କୌଣସି ବାହାର ସ୍ଥାନରେ ଘରୋଇ ଟିଉସନ ଫେରାଇ ପାରିବେ ନାହିଁ । ଯଦି ଲୁଚି ଛପି କେଉଁଠାରେ ଏଭଳି କରୁଥିବାର ଖବର ସରକାରଙ୍କୁ ମିଳେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି କ୍ରମରେ ଟିଉସନ କରୁଥିବା ୧୧୧ ଜଣଙ୍କ ସରକାରୀ ଅଧ୍ୟାପକଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ନାମ ଏହି ତାଲିକାରେ ରହିଛି । ଏହି ଅଧ୍ୟାପକମାନଙ୍କ ନାଁ ବିରୁଦ୍ଧରେ ତୁରନ୍ତ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ତାଲିକାରେ ନାଁ ରହିଥିବା କଲେଜଗୁଡିକ ନାଁ ହେଲା ଭୁବନେଶ୍ୱର ବିଜେବି କଲେଜ, ରମାଦେବୀ ମହିଳା ମହାବିଦ୍ୟାଳୟ, ରମାଦେବୀ ଜୁନିଅର କଲେଜ, ବିଜୁ ପଟ୍ଟନାୟକ କଲେଜ, ଏକାମ୍ର କଲେଜ, ପ୍ରାଣନାଥ କଲେଜ, ଭଦ୍ରକ କଲେଜ, ଯାଜପୁର କଲେଜ ପରି କଟକ, କେନ୍ଦ୍ରାପଡା, ବାଲେଶ୍ୱର, କେନ୍ଦୁଝର ରହିଛି ।

Loading...
>