ସାଧାରଣତନ୍ତ୍ର ଦିବସ : କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ପାଳନ କରାଯିବ । ଏହିକ୍ରମରେ ରାଜ୍ୟ ସରକାର କେଉଁଠାରେ କିଏଁ ପତାକା ଉତ୍ତୋଳନ କରିବେ ତାହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ତାଲିକା ଅନୁଯାୟୀ, ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ ସହିତ ଅଭିବାଦନ ଗ୍ରହଣ କରିବେ । ଏଥିରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ପୂର୍ବଭଳି ମୁଖ୍ୟମନ୍ତ୍ରୀ କଟକ ଯିବେ ନାହିଁ । କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ । ସେହିପରି ଅନ୍ୟ ସ୍ଥାନଗୁଡିକ ମଧ୍ୟରେ ସୁବର୍ଣ୍ଣପୁର-ବିକ୍ରମକେଶରୀ ଆରୁଖ, ସୁନ୍ଦରଗଡ-ପ୍ରଫୁଲ୍ଲ ମଲ୍ଲିକ, ସମ୍ବଲପୁର-ରଣେନ୍ଦ୍ର ସ୍ୱାଇଁ, କେନ୍ଦୁଝର-ପଦ୍ମନାଭ ବେହେରା, ପୁରୀ-ପ୍ରତାପ ଜେନା, ଗଞ୍ଜାମ-ଅରୁଣ କୁମାର ସାହୁ, ବାଲେଶ୍ୱର-ସୁଦାମ ମାରାଣ୍ଡି, କଳାହାଣ୍ଡି-ନବକିଶୋର ଦାସ, ରାୟଗଡା-ଟୁକୁନି ସାହୁ, ଜଗତସିଂହପୁର-ଜଗନ୍ନାଥ ସାରକା, ଯାଜପୁର-କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳ-ଅଶୋକଚନ୍ଦ୍ର ପଣ୍ଡା, ନୟାଗଡ-ସମୀର ରଂଜନ ଦାସ, ଅନୁଗୋଳ-ସୁଶାନ୍ତ ସିଂ, ବଲାଙ୍ଗୀର-ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନବରଙ୍ଗପୁର-ପ୍ରେମାନନ୍ଦ ନାୟକ, ମୟୁରଭଞ୍ଜ-ରଘୁନନ୍ଦନ ଦାସ, ଗଜପତି-ପଦ୍ମିନୀ ଦିଆନ ଓ ମାଲକାନାଗିରି-ତୁଷାରକାନ୍ତି ବେହେରା ମନ୍ତ୍ରୀ ପ୍ରମୁଖ ଅଭିଭାଦନ ଓ ପତାକା ଉତ୍ତୋଳନ କରିବେ । ସେହିପରି ରାଉରକେଲା, ବ୍ରହ୍ମପୁରଠାରେ ଆର୍‌ଡିସି, ଭଦ୍ରକ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ ଓ ନୂଆପଡାଠାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

Loading...
>