Home News ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ : ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦିଲ୍ଲୀର ଏକ କୋର୍ଟ ଗୁରୁବାର ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଆଦେଶ ଦେଇଛନ୍ତି । କୋର୍ଟଙ୍କର ଏଭଳି ଆଦେଶ ଅନେକଙ୍କୁ ଚକ୍କିତ କରିଛି । କୋର୍ଟଙ୍କ କହିବାନୁଯାୟୀ ଯେଉଁ ମହିଳା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେତେବେଳେ ସିଏ ତାଙ୍କର ପତ୍ନୀ ଥିଲେ । ତେଣୁ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ । ଏହି କାରଣରୁ ସଂପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଡିସିନାଲ୍ ସେସନ୍ସ ଜଜ୍ ୟୁସି ଗ୍ରେୱାଲ କହିଛନ୍ତି ଯେ, ମହିଳା ଜଣକ ୨୦୧୬ ଜୁଲାଇ ୫ ତାରିଖରେ ଶିକାର ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ସେହିଦିନ ସିଏ ଅଭିଯୁକ୍ତଙ୍କ ପତ୍ନୀ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି । ମହିଳା ଜଣକ ଅଭିଯୁକ୍ତଙ୍କୁ ୨୦୧୫ ନଭେମ୍ବର ୨ ତାରିଖରେ ବିବାହ କରିଥିଲେ । ଏହା ପରେ ହିଁ ସେ ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ତେଣୁ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ । ଜଣେ ବିବାହିତା ମହିଳାଙ୍କ ସହ ଶାିରୀକ ସଂପର୍କ ସ୍ଥାପନ ଦୁଷ୍କର୍ମର ପ୍ରମାଣ ବୋଲି କୁହାଯାଇ ପାରିବ ନାହିଁ । ତେଣୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବାକୁ ଆଦେଶ ଦିଆଯାଇଛି ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>