ଉଦ୍ଧବ ଠାକ୍‌ରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବଚନ ଫଳାଫଳ ଆସିବାର ମାସେ ପୂରିଥିଲେ ମଧ୍ୟ ରାଜ୍ୟରେ ସରକାର କିଏ ଗଠନ କରିବ ତାହା ଏପର୍ଯ୍ୟନ୍ତ ନିଷ୍ପତି ହୋଇପାରିନାହିଁ। ସଂଖ୍ୟ ଅଭାବରୁ ଭାଜପା ସରକାର ଗଠନ କରିବାକୁ ମନା କରିବା ପରେ ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଠନ ପାଇଁ ବୈଠକ କରିବାରେ ଲାଗିଛନ୍ତି। କିନ୍ତୁ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଯଦି ମେଣ୍ଟ ସରକାର ହୁଏ ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଏସବୁ ଭିତରେ ଶୁକ୍ରବାର ସକାଳୁ ଶିବସେନା ପ୍ରବକ୍ତା ସଞ୍ଜୟ ରାଓ୍ବତ କହିଛନ୍ତି, ବେଳେବେଳେ ସ୍ବାଭିମାନ ପାଇଁ କିଛି ସମ୍ପର୍କ ଭିତରୁ ବାହାରିବାକୁ ପଡେ। ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧବ ଏନସିପି ମୁଖ୍ୟ ଶରତ ପାଓ୍ବାରଙ୍କୁ ଭେଟି ଆଲୋଚନା କରିଥିଲେ। କିନ୍ତୁ କୌଣସି ସ୍ପଷ୍ଟ ହୋଇପାରିନାହିଁ। ଶୁକ୍ରବାର ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ସରକାର ଗଠନ ବିଷୟରେ ସବିଶେଷ ତଥ୍ୟ ମିଳପାରିବ ବୋଲି ଜଣାପଡିଛି।

Loading...
>