୨୦୨୫ ସୁଦ୍ଧା ପ୍ରତି ଗାଁକୁ ମିଳିବ ପିଇବା ପାଣି

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ପାନୀୟ ଜଳର ସ୍ଥିତି ନେଇ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ୪୭୩୦୬ଟି ଗାଁ ମଧ୍ୟରୁ ୧୯୫୦୪ଟି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ୨୦୨୫ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳରେ ପିଇବା ପାଣି ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରୁଥିବା ବେଳେ ୨୦୨୦ ସୁଦ୍ଧା ସହରାଞ୍ଚଳରେ ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇପାରିବ । ସେ କହିଲେ ୨୦୨୪ ସୁଦ୍ଧା କେନ୍ଦ୍ର ସରକାର ସମଗ୍ର ଦେଶରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଏଣୁ ରାଜ୍ୟ ସରକାର ଇତି ମଧ୍ୟରେ ୧୭୩୭୨କୋଟି ଟଙ୍କା ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ କରିଛନ୍ତି । ଆସନ୍ତା ଦିନରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ।

Loading...
>