କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗଡିବ ୨ ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର- ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ସୋମବାର ଘୋଷଣା କରାଯାଇଛି । ଟ୍ରେନରେ ଯିବା ଆସିବା ସମୟରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।
ଏହି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରୁ ଗୋଟିଏ ପୁରୀ ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ପୁରୀରୁ ଅପରାହ୍ନ ୨ ଘଟିକାରେ ଛାଡି ପଲାସା ଅଭିମୁଖେ ଯାତ୍ରା କରିବ । ସେହିଭଳି ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜରକୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନକୁ ସମ୍ପ୍ରସାରିତ କରାଯିବ ଏବଂ ଏହା ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ ।
ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନରେ ଏହି ସୁବିଧା ପ୍ରଦାନ କରିଥିବା ନେଇ ଆଜି ଘୋଷଣା କରିଛନ୍ତି । ସ୍ୱଳ୍ପଦୂରାଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରି ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ୱିତୀୟ ଶ୍ରେଣୀଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ପାଇପାରିବେ ।

Loading...
>