ରାଜ୍ୟପାଳଙ୍କୁ ଅଧିକ ସମୟ ମାଗିପାରେ ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ଭାବରେ ମନା କରିଦେବା ପରେ ରାଜନୀତି ଆହୁରି ଜୋରଦାର ଧରିଛି । ବିଜେପି ସରକାର ଗଢ଼ିବା ପାଇଁ ମନା କରିବା ପରେ ଏନସିପିର ସମର୍ଥନରେ ଶିବସେନା ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟପାଲଙ୍କୁ ଭେଟି ସରକାର ଗଢ଼ିବାକୁ ଅଧିକ ସମୟ ମାଗି ପାରନ୍ତି । କାରଣ ରାଜ୍ୟପାଳ ଶିବସେନାକୁ ସରକାର ଗଢ଼ିବା ନେଇ ଦଳ ଆଶାବାଦୀ ଅଛିକି ବୋଲି ପଚାରିଥିଲେ । ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ଠାକରେ ସରକାର ଗଢ଼ିବା ପାଇଁ ଅଧିକ ସମୟ ମାଗି ପାରନ୍ତି । ସେହିପରି ଶିବସେନାର ନେତାମାନେ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ସରକାର ଗଢ଼ିବା ନେି ଆଲୋଚନା କରିପାରନ୍ତି ।  ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି  ଯେ,  ସେମାନେ  କହୁଥିଲେ ମୁଖ୍ୟମନ୍ତ୍ରୀ  ତାଙ୍କର।  ମାତ୍ର ମୁଁ ସ୍ପଷ୍ଟ କରି  ଦେବାକୁ ଚାହୁଁଛି ଯେ ଉଦ୍ଧର ଠାକରେ କହିଛନ୍ତି ଯେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ। କଂଗ୍ରେସ କିମ୍ବା ଏନସିପି  ସହିତ ମେଣ୍ଟ ପ୍ରଶ୍ନକୁ ଏଡ଼ାଇ ରାଉତ କହିଛନ୍ତି ଯେ, ଏହା ଉପରେ ଏବେ ବିଚାର ଚାଲିଛି।  ଉଲ୍ଲେଖଯୋଗ୍ୟ, ଶିବସେନା ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ଅବଧି ଅଧା ଅଧା କରିବା ନେଇ ନିଜ ଜିଦରେ ଅଟଳ ରହିଥିଲା। କିନ୍ତୁ ବିଜେପି ଶିବସେନାର ଦାବିକୁ ସ୍ଵୀକାର କରିନଥିଲା।

Loading...
>