ଆସନ୍ତାକାଲି ଆସିବ ବିଜେପୁର ଫଳ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ପାଇଁ ଭୋଟ ଗଣତି ଆସନ୍ତାକାଲି ହେବ । ଏ ନେଇ ପ୍ରଶାସନ ଓ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଆସନ୍ତାକାଲି ୮ଟାରୁ ଭୋଟ ଗଣିତ ହେବ । ଏହାପରେ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ହେଭିୱେଟ ଆସନରେ କିଏ ବିଜୟୀ ହେବ ସେନେଇ ସମସ୍ତଙ୍କର ନଜର ରହିଛି । ବିଜେପୁର ପଦ୍ମପୁର ମାର୍କେଟ ଆରଏମ୍‌ସି ପରିସରରେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏ ନେଇ ମୋଟ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ ପାଇଁ ୪ଜଣ ରହିବେ । ଏହି ଗଣିତରେ ମୋଟ ୧୦୩ ଜଣ କର୍ମଚାରୀ ନିୟୋଜିତ ହେବେ । ୫ଟି ଭିଭିପାଟ୍ ଓ ଇଭିଏମ୍ ଗଣତି କରାଯିବ । ଏ ସବୁ ଆଧାର କରି ଫଳାଫଳ ଘୋଷଣା କରାଯିବ ।ବିଜେପୁରରେ ତ୍ରିମୁଖୀ ଲଢେଇ ହୋଇଥିଲା । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହି ଆସନରେ ବିଜେଡିରୁ ରୀତା ସାହୁ ନିର୍ବାଚନ ଲଢିଥିବା ବେଳେ ବିଜେପିରୁ ସନତ ଗଡତିଆ ଓ କଂଗ୍ରେସରୁ ଦିଲ୍ଲିପ ପଣ୍ଡା ଲଢିଛନ୍ତି ।

Loading...
>