Home News ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ

ହାଭେରି: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ ପଡ଼ିଛି। କପି ନକରିବା ଲାଗି କଲେଜ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। କେମେଷ୍ଟ୍ରି ପରୀକ୍ଷା ସମୟରେ ଏଭଳି ହୋଇଥିବା କଲେଜ ସୂତ୍ରରୁ ଜଣାପଡ଼ିଛି। ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଏନେଇ ଚର୍ଚ୍ଚା ହେବାପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ମ୍ୟାନେଜମେଣ୍ଟ୍‌କୁ ଏପରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଅମାନବୀୟ ବୋଲି ପିୟୁ ବୋର୍ଡ ସହକାରୀ ନିର୍ଦ୍ଦେଶକ ଏସ୍‌.ସି. ପେର୍‌ଜାଡ଼େ କହିଛନ୍ତି। ଶିକ୍ଷାର୍ଥୀମାନେ କପି ନ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଲେଜର ନିର୍ଦ୍ଦେଶକ ଏମ୍‌.ବି.ସତୀଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>