ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ଆଜି ୧୫ଜଣିଆ ଦଳ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ଗସ୍ତରେ ସାମିଲ ହୋଇଥିବା ଦଳରୁ ଏକମାତ୍ର ଖେଳାଳି ଭାବେ କେଏଲ୍ ରାହୁଲ ସ୍ଥାନ ପାଇନାହାନ୍ତି । ଅନ୍ୟ ସମସ୍ତ ଖେଳାଳି ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି । କେଏଲ୍ ରାହୁଲଙ୍କ ସ୍ଥାନରେ ଯୁବ ବିସ୍ମୟ ଶୁବମାନ ଗିଲଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଟିମରେ ସାମିଲ କରାଯାଇଛି । ସୂଚନାଯୋଗ୍ୟ ଯେ, କେଏଲ୍ ରାହୁଲଙ୍କ ଫର୍ମକୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା । ସେ ଗତବର୍ଷ ଓଭଲା ଟେଷ୍ଟରେ ଶତକ ଲଗାଇବା ପରଠାରୁ ଆଉ ଅର୍ଦ୍ଧଶତକ ମଧ୍ୟ କରିପାରିନାହାନ୍ତି । ଏହା କାରଣରୁ ତାଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଓପନିଂ ଖେଳାଇବାକୁ ପୂର୍ବତନ ଖେଳାଳିମାନେ ମତ ରଖିଥିଲେ ।
ଘୋଷିତ ଦଳ-ବିରାଟ କୋହିଲ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ରିଷିଭ ପନ୍ତ, ରିଦ୍ଧିମାନ ଶାହ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଜସପ୍ରିତ ବୁମରା ଓ ଶୁବମାନ ଗିଲ ।

Loading...
>