ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଏବଂ ସହଯୋଗୀ ହସ୍ପିଟାଲ୍ସ ଦ୍ୱାରା ଭୁବନେଶ୍ୱରରେ ସ୍ମାଇଲ୍ ଟର୍ଚ୍ଚକୁ ସ୍ୱାଗତ

ଭୁବନେଶ୍ୱର : ଗ୍ରହଣଖଣ୍ଡିଆ ରୋଗର ନିଦାନ ପାଇଁ କାମ କରୁଥିବା ଅନ୍ତର୍ଜାତୀୟ ଦାତବ୍ୟ ଅନୁଷ୍ଠାନ ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଏବଂ ଭୁବନେଶ୍ୱରରେ ଏହାର ସହଯୋଗୀ ହସ୍ପିଟାଲ ମୂହ, କଟକର ସହଯୋଗୀ ଅଶ୍ୱିନୀ ହସ୍ପିଟାଲ(କଟକ ହସ୍ପିଟାଲ ପ୍ରା.ଲଃର ଏକ ୟୁନିଟି), ଶଶିଭୂଷଣ ମେମୋରିଆଲ ହସ୍ପିଟାଲ ପ୍ରା.ଲିଃ, ଏୟୁଏମ୍ ହସ୍ପିଟାଲ୍ ବାଲେଶ୍ୱର, ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ଏବଂ କଳିଙ୍ଗ ହସ୍ପିଟାଲ ଲିଃ ଓଡିଶାର ଭୁବନେଶ୍ୱରରେ ସ୍ମାଇଲ୍ ଟର୍ଚ୍ଚକୁ ସ୍ୱାର୍ଗତ କରିଛନ୍ତି । ଭୁବନେଶ୍ୱରର ହସ୍ପିଟାଲ ସମେତ ଟିଆରଏଲ୍ କ୍ରୋସାକି ହସ୍ପିଟାଲ, ବେଲପାହାଡ ମଧ୍ୟ ସ୍ମାଇଲ ଟର୍ଚ୍ଚକୁ ସ୍ୱାଗତ କରିବାକୁ ଆଗେଇ ଆସିଛନ୍ତି ।


ଗ୍ରହଣଖଣ୍ଡିଆ ରୋଗ ଏବଂ ଏହାର ଚିକିତ୍ସା ପାଇଁ ନୂଆ ଧାରରେ ସଚେତନତା ସୃଷ୍ଟି କରୁଥିବା ଏକ ଅନନ୍ୟ, ଜାତୀୟ ଉପକ୍ରମ ହେଉଛି ସ୍ମାଇଲ୍ ଟର୍ଚ୍ଚ । ୨୦୧୯ ଫେବୃଆରୀ ୮ ତାରିଖରେ ଜାତୀୟ ଗ୍ରହଣ ଖଣ୍ଡିଆ ଦିବସରେ ବାରାଣସୀରେ ସ୍ମଇଲ୍ ଟର୍ଚ୍ଚର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରହଣଖଣ୍ଡିଆ ଜନ୍ମିତ ଶିଶୁ ସମ୍ମୁଖୀନ ହେଉଥିବା ଆହ୍ୱାନ ସଂପର୍କରେ ଜନଗୋଷ୍ଠୀଙ୍କୁ ସଚେତନତା କରାଇବାକୁ ଭାର ବ୍ୟାପୀ ଭ୍ରମଣ କରୁଛ ।
ଏହି ଉପକ୍ରମ ସଂପର୍କରେ ସ୍ମାଇଲ ଟ୍ରେନ ଇଣ୍ଡିଆର ବରିଷ୍ଠ ନିର୍ଦ୍ଦେଶକ(ପ୍ରୋଗ୍ରାମ୍ସ) ଲୀଳା ଇମାନ କହିଲେ, ସୁଲଭ ମୂଲ୍ୟ ସହ ଉପଲବ୍ଧି ଗ୍ରହଣଖଣ୍ଡିଆର ଚିକିତ୍ସା କ୍ଷେତ୍ରରେ ବଡ ଆହ୍ୱାନ । ସାରା ବିଶ୍ୱରେ ଅନେକ ଶିଶୁ ଓଠ ଏବଂ ତାଳୁରେ ଗ୍ରହଣ ଖଣ୍ଡିଆ ସହିତ ବଞ୍ଚିଛନ୍ତି, ଯେଉଁମାନଙ୍କୁ କି ସହାୟତାର ଆବଶ୍ୟକତା ରହିଛି । କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଏବଂ ଏହି ସ୍ଥିତି ସଂପର୍କରେ ସଚେତନତାର ଅଭାବରୁ ସେମାନେ ସମୟାନୁଯାୟୀ ସେବା ଯତ୍ନ ପାଇପାରନ୍ତି ନାହିଁ । ଗ୍ରହଣଖଣ୍ଡିଆ ସହ ବଞ୍ଚିଥିବା ପିଲାମାନେ ହସିବାର ଅଧିକାର ଏବଂ ଆମର ସହାୟତା ପାଇବାର ହକ୍ ସଂପର୍କରେ ସ୍ମାଇଲ୍ ଟର୍ଚ୍ଚ ଜନଗୋଷ୍ଠୀକୁ ସ୍ମରଣ ଓ ସଚେତନ କରାଇଥାଏ । କେବଳ ଏକାଠି ହୋଇ ଆମେ ଏହି ପିଲାମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସଂପୂର୍ଣ୍ଣ ଏକାଠି କରାଇ ପାରିବା ।
ସ୍ମାଇଲ୍ ଟର୍ଚ୍ଚ ଉପକ୍ରମର ଅଂଶ ସ୍ୱରୂପ, ସ୍ମାଇଲ ଟ୍ରେନ ଇଣ୍ଡିଆ ଏବଂ ସହଯୋଗୀ ହସ୍ପିଟାଲ ସମୂହ ଗ୍ରହଣଖଣ୍ଡିଆ ସହ ଜନ୍ମିତ ଶିଶୁମାନଙ୍କ ପାଇଁ ସଚେତନତା ସୃଷ୍ଟି ତଥା ସହାୟତା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଗ୍ରହଣଖଣ୍ଡିଆ ରୋଗୀଙ୍କ ଦ୍ୱାରା ସ୍କିଟ୍, ମ୍ୟାଜିକ୍ ଶୋ’ ଏବଂ ଆଦିବାସୀ ସ୍କୁଲରେ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ) ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ)ର ବରିଷ୍ଠ ଅଧିକାରୀଗଣ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରହଣଖଣ୍ଡିଆ ସହିତ ଜନ୍ମିତ ଶିଶୁମାନଙ୍କ ପାଇଁ ସେମାନଙ୍କର ସମର୍ଥନ ଓ ସଦିଚ୍ଛା ଜଣାଇଥିଲେ । ଏଥିସହିତ ସ୍ମାଇଲ୍ ଟ୍ରେନ୍ ଟିମ, ସହଯୋଗୀ ଡାକ୍ତରମାନେ, ଗ୍ରହଣଖଣ୍ଡିଆ ପିଲା ଏବଂ ସେମାନଙ୍କର ପରିବାର ସଦସ୍ୟ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିଥିଲେ । ସେ ସ୍ମାଇଲ୍ ଟର୍ଚ୍ଚକୁ ପ୍ରଜ୍ଜ୍ୱଳନ କରିବା ସହ ପିଲା ଓ ଡାକ୍ତରମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଓଡିଶାର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ ବରିଷ୍ଠ ସୁଦର୍ଶନ ବଳିୟାରସିଂହଙ୍କୁ ସମ୍ମାନୀତ କରାଯାଇଥିଲା ।

Loading...
>