ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ

ପୁରୀ : ଆଜି ଶ୍ରୀଜଉଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀ ଶୀକ୍ଷେତ୍ର ଜନସମୁଦ୍ର ପାଲଟିଛି । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକଂପିତ ହୋଇଉଠିଛି ପୁରୀ ବଡଦାଣ୍ଡ । ଶ୍ରୀଜିଉଙ୍କ ରଥଯାତ୍ରାକୁ ଦେଖିବା ପାଇଁ ସ୍ୱର୍ଗରୁ ଦେବତାମାନେ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରରେ ପାଦ ରଖିଛନ୍ତି । ଆଜି ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଡଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ତା’ପରେ ଅଳିଅଳି ଭଉଣୀ ସୁଭଦ୍ରଙ୍କ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଥିଲେ । ଏବେ ମହାବାହୁ ତଥା ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । । ପ୍ରଥମ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଛି । ସକାଳ ଧୂପ ପରେ ଗୋଟି ପହଁଣ୍ଡି ଆରମ୍ଭ ହୋଇଛି ।  ଘଣ୍ଟ, ଖୋଳ, କାହାଳୀର ତାଳେ ପ୍ରକମ୍ପିତ ହେଉଛି ଗଗନ ପବନ । ମହାପ୍ରଭୁଙ୍କ ଟିକକ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ, ୧୪୨ ପ୍ଲାଟୁନ୍ ଫୋର୍ସ, ୨ କଂପାନି ଆର୍‌ଏଏଫ୍‌ ଓ ୩ ସ୍ପେସାଲ ଟାକ୍ଟିକାଲ ୟୁନିଟ୍ । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି ।

Loading...
>