ବିଜେଡି ଛାଡିଲେ ମୋହନ ଜେନା

ଭୁବନେଶ୍ୱର : ଯାଜପୁରର ପୂର୍ବତନ ବିଜେଡି ସାଂସଦ ମୋହନ ଜେନା ଆଜି ବିଜେଡି ଛାଡିଛନ୍ତି । ଏ ସଂପର୍କରେ ସେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେ ଟିକେଟକୁ ନେଇ ଅସନ୍ତୁଷ୍ଟ ଥିଲେ । ସେହିପରି ପୁରୀ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତୀ ଷଡଙ୍ଗୀ ମଧ୍ୟ ଆଜି ବିଜେଡି ଛାଡିଛନ୍ତି । ସେ ଅଭିଯୋଗ କରିଛନ୍ତି ବିଧାୟକ ମହେଶ୍ୱର ମହାନ୍ତିଙ୍କ ଏକଚାଟିଆ ନିଷ୍ପତ୍ତିରେ ସେ ଅତିଷ୍ଠ ହୋଇପଡିଥିଲେ । ତେଣୁ ସେ ବାଧ୍ୟ ହୋଇ ଆଜି ଦଳ ଛାଡିଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ।

Loading...
>