ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟକୁ ନେଇ ଥାନାରେ ଏତଲା

ଭୁବନେଶ୍ୱର : ଖଣ୍ଡଗିରି ମେଳାରେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ କଳିଙ୍ଗ ସେନା ପକ୍ଷରୁ ବିରୋଧ କରାଯାଇଛି । ଖଣ୍ଡଗିରି ଥାନାରେ ଏସମ୍ପର୍କରେ ଏତଲା ଦିଆଯାଇଛି । ଯାତ୍ରା ମାଲିକଏବଂ କଳାକାର ମାନଙ୍କୁ ଗିରଫ କରିବାକୁ କଳିଙ୍ଗ ସେନା ପକ୍ଷରୁ ଦାବି କରାଯାଇଛି ।
ଖଣ୍ଡଗିରି ଏକ ଐତିହାସିକ ଓ ଧାର୍ମିକ ପୀଠ ।ଏଠାରେ ମୁନି ଋଷିମାନେ ତପସ୍ୟା କରୁଛନ୍ତି । ଏହା ଏକ ସାଧନାର ପୀଠ । ଓଡ଼ିଶାର ଐତିହ୍ୟ ପରମ୍ପରାର ଉତ୍ସ ଖଣ୍ଡଗିରି । ଏପରି ପବିତ୍ର ସ୍ଥାନରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ । ଆଗାମୀ ଦିନରେ ଏପରି ଅଶ୍ଳୀଳ ନୃତ୍ୟ ହେଲେ ପରିସ୍ଥିତି ଭୟାବହ ହେବ । ଦରକାର ପଡ଼ିଲେ ପୁଣି ବିଛୁଆତିର ପ୍ରୟୋଗ କରାଯିବ ବୋଲି କଳିଙ୍ଗ ସେନା କହିଛି ।
ଅନ୍ୟପକ୍ଷରେ ଏ ଅଭିଯୋଗ ପରେ ଆଇଟମ ଗାର୍ଲ ରାଣୀ ପଣ୍ଡା କହିଛନ୍ତି, ମୁଁ ଯାହା କରିଛି ଠିକ କରିଛି । ସେପଟେ ଯାତ୍ରାରେ ଅଶ୍ଲୀଳତାକୁ ପ୍ରଶୟ ଦିଅ ।ଯିବ ନାହିଁ ବୋଲି କମିସନରେଟ ପୋଲିସ ସତ୍ୟଜିତ ମହାନ୍ତି କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଶନିବାର ଯାତ୍ରା ସଚିଦାନନ୍ଦରେ ଆଇଟମ୍ ଡ୍ୟାନ୍ସର ରାନୀ ହଠାତ ମଂଚ ତଳକୁ ଓହ୍ଲାଇ ଜଣେ ଦର୍ଶକଙ୍କ କାନକୁ କାମୁଡି ଦେଇଥିଲେ ।

Loading...
>