“ଶ୍ରେଷ୍ଠ ପଞ୍ଚାୟତ’ ପୁରସ୍କାର ହାତେଇଲା ଧଉରାପାଲି

ରାଜକିଶୋରନଗର : ଅନୁଗୁଳ ଜିଲାର କିଶୋରନଗର ବ୍ଲକ ଅନ୍ତର୍ଗତ ଧଉରାପାଲି ଗ୍ରାମପଞ୍ଚାୟତ ୨୦୧୮-୧୯ ବର୍ଷ ପାଇଁ ସୁସ୍ଥ ପଞ୍ଚାୟତ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅ ବଦାନ ସକାଶେ ଜିଲାପ୍ରଶାସନ ତରଫରୁ ପୁରସ୍କୃତ ହୋଇଥିବା ଜଣାଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ଜିଲାପାଳ ଇଂ ଅନୀଲ୍ କୁମାର ସାମଲ ଧଉରାପାଲି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିଭା ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶଂସାପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହିତ ପିଠା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ଏବଂ ପୁରସ୍କାର ବାବଦ ୫ଲକ୍ଷ ଟଙ୍କା ଚେକ୍ ଆର୍ଥକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଧଉରାପାଲି ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣ, ଗାଁ କଲ୍ୟାଣ ସମିତି, ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ଅବଦାନ ପାଇଁ ଧଉରାପାଲି ଗ୍ରାମପଞ୍ଚାତ ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ ହୋଇପାରିଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Loading...
>