ଡାକ୍ତର ନିଯୁକ୍ତି ଦାବିରେ ରାଜକିଶୋରନଗର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା

ରାଜକିଶୋରନଗର : କିଶୋରନଗର ବ୍ଲକ ସଦରମହକୁମାସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଜୀବନଜୀବିକା ଓ କୃଷିଜମି ସୁରକ୍ଷା କମିଟି କିଶୋରନଗର ତରଫରୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଂଜନ ସାହୁ ବିକ୍ଷେ।।ଭ ଓ ଗଣ ଧାରଣାସ୍ଥଳକୁ ଆସି ସ୍ମାରକ ପତ୍ର ଗ୍ରହଣ କରିଥିଲେ । ବାରମ୍ବାର ଦାବି କରାଯିବାପରେ ମଧ୍ୟ ସରକାରଙ୍କ ତରଫରୁ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରିବା ପାଇଁ ତତ୍ପରତା ପ୍ରକାଶ ପାଉନଥିବାରୁ ସୋମବାର ଦିନ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି କିଶୋରନଗର ଏବଂ ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣଧାରଣା ଦିଆଯାଇଥିଲା । ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ସଭାପତି ଦୀନବଦ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସମ୍ପାଦକ ଅନନ୍ତଚରଣ ପ୍ରଧାନ, ରମଣୀରଂଜନ ପ୍ରଧାନ, ତୀର୍ଥବାସୀ ଭୋଇ, ସର୍ବେଶ୍ୱର ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ସୁବାସଚନ୍ଦ୍ର ପ୍ରଧାନ, ସରୋଜିନୀ ନାୟକ, ପରମାନନ୍ଦ ପ୍ରଧାନ, ପଦ୍ମିନୀ ମୁଣ୍ଡା, ଦେବରାଜ ସାହୁ, ସୁରୁଚି ପ୍ରଧାନ, ତରୁଣ ବେହେରା, ପିତାମ୍ବର ପ୍ରଧାନ, ଲକ୍ଷ୍ମଣ ବେହେରା, ବସନ୍ତ ପ୍ରଧାନ, ରଘୁ ଦେହୁରୀ, ଶରତ ପ୍ରଧାନ, ତୀର୍ଥବାସୀ ସ୍ୱାଇଁ, କୃଷ୍ଣଚନ୍ଦ୍ର ବେହେରା, ବସନ୍ତ ସାହୁ, ଦୀପକ ପ୍ରଧାନ, ବାବାଜି ବେହେରା, ସ୍ଚ୍ଚିଦାନନ୍ଦ ସାହୁ, ରବିନ୍ଦ୍ର ପ୍ରଧାନ, ଭଜମନ ସାହୁ ପ୍ରମୂଖ ନିଜ ନିଜର ବକ୍ତ୍ୟବ୍ୟରେ କିଶୋରନଗର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବାରେ ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ନେଇ ତୀବ୍ର ସମାଲୋଚନା କରିଥିଲେ । ଉକ୍ତ ଗୋଷ୍ଠୀସ୍ୱା ସ୍ଥ୍ୟକେନ୍ଦ୍ର ଉପରେ କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବାବେଳେ ଆଠଟି ଡାକ୍ତର ପଦବୀ ରହିଛି । ମାତ୍ର ଦୁଇ ଜଣ ଡାକ୍ତରଙ୍କୁନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁଛି । ଜଣେହେଲେ ବିଶେଷଜ୍ଞ ଡାକ୍ତର ନଥିବାବେଳେ ଦନ୍ତ ଚିକିତ୍ସକ ମଧ୍ୟ ନାହାଁନ୍ତି । ଦୈନିକ ଶହ ଶହ ରୋଗୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହେବାକୁ ଆସୁଥିବାବେଳେ ରୋଗୀମାନଙ୍କ ପାଇଁ ମାତ୍ର ଛଅ ଶଯ୍ୟା ରହିଛି । ରୋଗୀମାନଙ୍କ ବିଶ୍ରାମ ପାଇଁ ସ୍ଥାନ ଅଭାବରୁ ଗଛମୂଳ ଛାଇ କିମ୍ବା କି ଖରା, କି ବର୍ଷା ଖୋଲା ଆକାଶତଳେ ହନ୍ତସନ୍ତ ହେଉଛନ୍ତି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିବାରୁ ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଅବିଳମ୍ବେ କିଶୋରନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଭିତ୍ତି ଭୂମିର ବିକାଶ,ତ ।ଳଚେର ଠାରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା ପ୍ରଭୃତି ଛଅ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା

Loading...
>