ଇଣ୍ଡୋନେସିଆ ସୁନାମି: ମୃତ୍ୟୁ ସଂଖ୍ୟା ୮୩୨ ଟପିଲା

ଜାକର୍ତ୍ତା :ଉତ୍ତର ଇଣ୍ଡୋନେସିଆରେ ଗତ ଶୁକ୍ରବାର ଦିନ ୭.୫ ତୀବ୍ରତାର ଭୁକମ୍ପ ଓ ଭୂକମ୍ପ ପରବର୍ତ୍ତୀ ସୁନାମିରେ ଦୋହଲି ଯାଇଛି ଇଣ୍ଡୋନେସିଆର ପାଲୁ ସହର। ପ୍ରତି ମୁହୂର୍ତ୍ତରେ ମୃତଦେହଗୁଡ଼ିକ ଆମ୍ବୁଲାନ୍ସରେ ଲଦାହୋଇ ହସ୍‌ପିଟାଲରେ ଆସି ପହଞ୍ଚୁଛି। ଚାରଆଡେ କୁଢ଼ କୁଢ଼ ମୃତଦେହ ସମଗ୍ର ପରିବେଶରେ ଏକ ଶ୍ମଶାନର ଭ୍ରମ ସୃଷ୍ଟି କରିଛି। ରବିବାର ସୁଦ୍ଧା ଏହି ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ରେ ପହଞ୍ଚିଥିବା ବେଳେଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେହିଭଳି ଶକ୍ତିଶାଳୀ ସୁନାମି ମାଡ଼ରେ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଇଣ୍ଡୋନେସିଆର ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

Loading...
>