କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ କଲେ ନବୀନ, କହିଲେ ତିତଲି, ମରୁଡି ବେଳେ କୋଉଠି ଥିଲେ

କନିଷି : ସାଧାରଣ ନିର୍ବାଚନ ୨୦୧୯ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ ପ୍ରଥମେ କନିଷିଠାରେ ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଏକ ରୋଡ ସୋ’ କରିଥିଲେ । ଏହି ଅବସରରେ ସେ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବହୁ ବିଜେଡି ନେତାଙ୍କ ସହ ବିଜେଡି ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ କନିଷି ସଭାରେ ଉଦବୋଧନ ଦେଇ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ୨୦୧୪ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ । ସେହିପରି ତିତଲି, ହୁଡହୁଡ, ମରୁଡି ସମୟରେ କାହିଁକି ଆସିନଥିଲ, ଏବେ ନିର୍ବାଚନ ସମୟରେ ଘନଘନ ଗସ୍ତ କରୁଛ । ସେ ଏହି ଅବସରରେ ଜନତାଙ୍କୁ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ ।

Loading...
>