fbpx
Home News ଦେଶରେ କୋରନା ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଦେଶରେ କୋରନା ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲା ପାଇଁ ବ୍ୟାପକ ସତର୍କତା ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସଂକ୍ରମଣ ଓ ମୃତ୍ୟୁ ଥମୁନାହିଁ । ଆଜି ଦେଶରେ ପୁଣି କେତେକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୬ରେ ପହଞ୍ଚିଛି । ଗୁଜୁରାଟ, ମହାରାଷ୍ଟ୍ର ଓ ଜମ୍ମୁ କାଶ୍ମୀରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୨୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ଜଣ ପ୍ରାଣ ହରାଇଲେଣି । ଅହମ୍ମଦାବାଦରେ ଜଣେ ୮୫ ବର୍ଷିୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣକ ନିକଟରେ ବିଦେଶରୁ ଫେରି ଚିକିତ୍ସାରେ ଥିଲେ । ଚିକିତ୍ସାଧିନ ଥିବା ଅବସ୍ଥାରେ ବୁଧବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା । କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରୋଗୀମାନଙ୍କ ଚିକିତ୍ସା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ହଲ ନିର୍ମାଣ କରୁଛନ୍ତି । ଏହା ୭ଦିନରେ ସରିବ ବୋଲି ସରକାର କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେଇ କହିଛନ୍ତି ଯେ, କରୋନା ରୋଗୀଙ୍କ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଜରୁରୀ ହୋଇପଡିଛି । ତେଣୁ ସରକାର ଏକ ବଡ କ୍ୱାରେଣ୍ଟାଇନ ହଲ ନିର୍ମାଣ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି ହଲରେ ଏକ ସମୟରେ ୭ଶହ ଲୋକ ରହିପାରିବେ । ଆଜି ସକାଳେ ମନ୍ତ୍ରୀ ଉକ୍ତ ସ୍ଥାନକୁ ଯାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଏହାର ଏକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>