ବିଜେପିର ସମସ୍ତ ଚୌକିଦାରଙ୍କୁ ଚୋର କହିଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେପିର ସମସ୍ତ ଚୌକିଦାର ଚୋର ଅଟନ୍ତି । ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି-ବିଜେପିର ସମସ୍ତ ଚୌକିଦାର ଚୋର ଅଟନ୍ତି । ନମୋ, ଅରୁଣ ଜେଟଲି, ରାଜନାଥ ସିଂ,…… । ଗାନ୍ଧୀ ଏହା ସହ ଏକ ଖବର ମଧ୍ୟ ପୋଷ୍ଟ କରିଛନ୍ତି । ଖବରରେ ଉଲ୍ଲେଖ କରାଯାଇଛି ଯେ, ଝାଡଖଣ୍ଡର ୧୦ହଜାରରୁ ଅଧିକ ଚୌକିଦାର ଗତ କେତେ ମାସ ହେଲାଣି ନିଜର ବେତନ ପାଇନାହାନ୍ତି । ଏ ସଂପର୍କରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯେଉଁମାନଙ୍କର ବେଶରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପ୍ରତି ଟିକେ ଚିନ୍ତା କରନ୍ତୁ । ଏହି ଖବର ରାହୁଲ ନିଜର ଫେସବୁକ ପେଜରେ ସେୟାର କରିଛନ୍ତି ।

Loading...
>