ସର୍ବନିମ୍ନ ଆୟକୁ ନେଇ କଂଗ୍ରେସର ନୂଆ ଘୋଷଣା : ମହିଳାଙ୍କ ଖାତାକୁ ଯିବ ବର୍ଷକୁ ୭୨ହଜାର ଟଙ୍କା

ନୂଆଦିଲ୍ଲୀ : ଦାରିଦ୍ର‌୍ୟ ଦୂରୀକରଣ ପଦକ୍ଷେପ ସ୍ୱରୂର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ବଡ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି । କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ୨୦ ପ୍ରତିଶତ ଅତି ଗରିବ ପରିବାରଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ପ୍ରସଂଗରେ ବିଜେପି କଂଗ୍ରେସକୁ ହାମଲା କରିଥିଲା । ଏହାର କଡା ଜବାବ୍ ଦେଇଛି କଂଗ୍ରେସ । କଂଗ୍ରେସ ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ମଙ୍ଗଳବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବେ କହନ୍ତୁ ଯେ, ଏହି ପଦକ୍ଷେପର ସପକ୍ଷରେ ଯିବେ ନାଁ ବିରୋଧରେ ଯିବେ । ସେ କହିଛନ୍ତି ୭୨ହଜାର ଟଙ୍କା ପରିବାରର ଗୃହିଣୀଙ୍କ ଖାତାରେ ଜମା କରାଯିବ ।

Loading...
>