କୋହଲିଙ୍କ ପନ୍ତ ପ୍ରେମ ଯୋଗୁଁ ଏହି ଖେଳାଳିମାନଙ୍କୁ ଟିମରେ ଜାଗା ମିଳୁନି !

ନୂଆଦିଲ୍ଲୀ : ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଟେଷ୍ଟରେ ତାଙ୍କର ଜଲୱା ଦେଖାଇ ସାରିଥିବା ବେଳେ ଦିନିକିଆ ଓ ଟି-୨୦ରେ ଆଜି ଯାଏଁ ସେମିତି କିିଛି ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି । ବ୍ୟାଟିଂରେ କିଛିଟା ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଉଇକେଟ୍ କିପିଂରେ ବହୁତ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି । ଗତ ମୋହାଲି ମ୍ୟାଚରେ ତାଙ୍କର କେତେକ ଭୁଲ ଯୋଗୁଁ ଭାରତ ମ୍ୟାଚ୍ ହାରିଲା ବୋଲି ମଧ୍ୟ ଅନେକ ତାଙ୍କୁ ସୋସିଆଲ ମିଡିଆରେ ଅଷ୍ଟ୍ରେଲିଆ ଦ୍ୱାଦଶ ଖେଳାଳି ବୋଲି ଅଭିହିତ କରିଥିଲେ । ପନ୍ତଙ୍କଠାରୁ ଭାରତରେ ଆଉ ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ବଡ ବଡ ସଟ୍ ଖେଳିପାରିବା ସହ ଭଲ ଉଇକେଟ୍ କିପିଂ ମଧ୍ୟ କରିପାରିବେ । କିନ୍ତୁ ବିରାଟ କୋହଲି ପନ୍ତ ପ୍ରେମ ଯୋଗୁଁ ଏହି ସବୁ ଖେଳାଳିଙ୍କୁ ଟିମର ହିଂସା ହୋଇପାରୁନାହାନ୍ତି । ଆସନ୍ତା ଜାଣିବା ଏମିତି କେତେକ ଖେଳାଳିଙ୍କ ବିଷୟରେ…


ଦିନେଶ କାର୍ତ୍ତିକ
ଦିନେଶ କାର୍ତ୍ତିକ ଏମିତି ଜଣେ ବ୍ୟାଟ୍ସମ୍ୟାନ୍ ଓପନରଠାରୁ ସପ୍ତମ ସ୍ଥାନ ଯାଏଁ ବ୍ୟାଟିଂ କରିପାରିବେ । ସେ ଆଗରୁ ବହୁ ମ୍ୟାଚରେ ଭାରତକୁ ଜିତାଇ ସାରିଛନ୍ତି । ଟିମ ତାଙ୍କୁ ଜଣେ ଫିନିସର ଭାବେ ଦେଖୁଥିଲା । ତାହାକୁ ମଧ୍ୟ ସେ କିଛି ମାତ୍ରାରେ ତୁଳାଇ ସାରିଛନ୍ତି । କାର୍ତ୍ତିକ ଉଇକେଟ୍ କିପିଂ କରିବା ସହ ଭଲ ଫିଲ୍ଡର ମଧ୍ୟ ଜଣେ । ପନ୍ତଙ୍କ ପାଇଁ ତାଙ୍କୁ ଏବେ ଟିମରୁ ବାହାରେ ରହିବାକୁ ପଡୁଛି ।

ଇଶାନ କିଷାନ
ଏହି ଝାଡଖଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ମଧ୍ୟ ଏବେ ଭଲ ଫର୍ମରେ ଅଛନ୍ତି । ଘରୋଇ ଟି-୨୦ ସିରିଜରେ ଲଗାତର ଦୁଇଟି ଶତକ ମାରି ନିଜର ଫର୍ମ ପରିଚୟ ଦେଇଛନ୍ତି । ତାଙ୍କ ଉଇକେଟ୍ କିପିଂ ଧୋନୀଙ୍କ ସହ ସାମଞ୍ଜସ୍ୟ ରହିଛି ବୋଲି ବହୁ କ୍ରିକେଟର କହିଛନ୍ତି । କିଷାନ ମଧ୍ୟରେ ଟିମରେ ଫିନିସର ଦାୟିତ୍ୱ ତୁଳାଇପାରିବେ ।

ସଞ୍ଜୁ ସାମସନ
ଏହି କେରଳ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟ ଖେଳିସାରିଥିଲେ ମଧ୍ୟ ବହୁ ଦିନ ହେଲାଣି ଦଳରେ ସ୍ଥାନ ପାଇନାହାନ୍ତି । ସେ ଆଇପିଏଲରେ ପ୍ରତିବର୍ଷ ଭଲ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ତାଙ୍କୁ ଦଳରେ ସ୍ଥାନ ମିଳୁପାରୁନାହିଁ । ସଞ୍ଜୁ ଉଇକେଟ୍ କିପିଂ ମଧ୍ୟ ବହୁତ ଭଲ । ତାଙ୍କ ନାମରେ ବହ ଆକର୍ଷଣୀୟ କ୍ୟାଚ୍ ନେବାର ରେକର୍ଡ ରହିଛି । ସଞ୍ଜୁଙ୍କ ବ୍ୟାଟିଂ ଟେକ୍ନନିକ୍ ମଧ୍ୟ ଖୁବ ଭଲ ।

Loading...
Loading...
>