ପୁଲୱାମା ହମଲା : ପ୍ରତିଶୋଧ ନେବାକୁ ଚିଠି ଲେଖିଲେ ନାବାଳିକା

ନୂଆଦିଲ୍ଲୀ : ପୁଲୱାମା ହମଲାର ପ୍ରତିଶୋଧ ନେବାପାଇଁ ଚିଠି ଲେଖିଛନ୍ତି ସୁରତ ଜିଲ୍ଲାର ପୁନାରୁ ୧୦ ବର୍ଷୀୟା ନାବାଳିକା । ଫେବୃଆରୀ ୧୪ରେ ଜୈଶ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଯବାନ ସହିଦ ଘଟଣାରେ ମର୍ମାହତ ହୋଇ ଝିଅଟି ଏଭଳି ଚିଠି ଲେଖି ପାକିସ୍ତାନ ଓ ଜୈଶ ଆତଙ୍କବାଦୀ ସଂଗଠନ ଉପରେ ଚରମ ପ୍ରତିଶୋଧ ନେବାକୁ ଅନୁରୋଧ କରିଛନ୍ତି ।

ପୁଲୱାମାରେ ଆତଙ୍କବାଦୀଙ୍କ ନରସଂହାର ଚାଲିଥିବା ବେଳେ ଝିଅଟି ସ୍କୁଲରେ ଥିଲେ । ଟେଲିଭିଜନ ପରଦାରେ ୪୦ ଯବାନଙ୍କ ସହିଦ ଛବି ଦେଖିବାପରେ ୧୦ ବର୍ଷର ଝିଅ ମାନାଲି ମା’ଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ପଚାରିଥିଲେ । ତାଙ୍କ ମା’ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବାକୁ ପରାମର୍ଶ ଦେଇଥିଲେ । ମା’ଙ୍କ ପରାମର୍ଶରେ ମାନାଲି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ପଠାଇଥିଲେ ।

Loading...
>