ରାଜ୍ୟ ସ୍ତରୀୟ ପରେଡର ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ୱର :ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ । ସାରା ରାଜ୍ୟରେ ଆଜି ପାଳନ ହେଉଛି ୭୦ ତମ ସାଧାରଣତନ୍ତ୍ର ଦିବସ  । ଭୁବନେଶ୍ୱର ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ପରଡେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ  । ପରେଡରେ ସାମରିକ, ବେସାମରିକ କ୍ଷେତ୍ରରେ ୫୪ ଟି ଟ୍ରୁପ ସାମିଲ ହୋଇଛନ୍ତି ।  ସେପଟେ କଟକରେ ମଧ୍ୟ ପାଳିତ ହେଲା ୭୦ ତମ ସାଧାରଣତନ୍ତ୍ର ଦିବସ । ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ମିଳିତ ପରେଡର ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେଡରେ ସାମରିକ ଓ ବେସାମରିକ କ୍ଷେତ୍ରର ୪୨ ଟି ଟ୍ରୁପ ସାମିଲ ହୋଇଛନ୍ତି ।
Loading...
>