ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସରକାର ଗଢିବ କଂଗ୍ରେସ : ହାତ ସାଥୀରେ ହାତୀ

ମଧ୍ୟପ୍ରଦେଶ:ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶରେ କିଏ ସରକାର ଗଢ଼ିବ ତା’ର ଚିତ୍ର ସ୍ପଷ୍ଟ ହୋଇଯାଇଛି । ଝୁଲା ସରକାରକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସର ହାତ ଧରିଛନ୍ତି ବହୁଜନ ସମାଜବାଦୀ ପାର୍ଟିୀ ଅଧ୍ୟକ୍ଷା ମାୟାବତୀ । ବିଏସପି ସହାୟତରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଗଢିବାକୁ ଯାଉଛି କଂଗ୍ରେସ । ବିଜେପିକୁ କ୍ଷମତାରୁ ହଟାଇବାକୁ ଏପରି ନିଷ୍ପତ୍ତି ନେଇଛୁ ବୋଲି ମାୟାବତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମଧ୍ୟପ୍ରଦେଶରେ କଂଗ୍ରେସକୁ ସର୍ବାଧିକ ୧୧୪ ଆସନ ମିଳିଥିବା ସତ୍ୱେ ମ୍ୟାଜିକ ନମ୍ବରକୁ ଛୁଇଁ ପାରି ନାହିଁ । ୨୩୦ ଆସନ ବିଶିଷ୍ଟି ଏହି ରାଜ୍ୟରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୬ । ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବରରୁ ୨ ଟି ପଛରେ ରହିଥିଲା କଂଗ୍ରେସ । ଏଠାରେ ବିଜେପିକୁ ୧୦୯ ଓ ବିଏସ୍‌ପିକୁ ୨ଟି ଆସନ ମିଳିଛି । ସେହିପରି ଅନ୍ୟ ହାତରେ ରହିଛି ୫ ଟି ଆସନ । ତେଣୁ ବିଏସ୍‌ପିକୁ ମିଶାଇ ଦୀର୍ଘ ୧୫ ବର୍ଷ ପରେ ଗାଦିରେ ବସିବ । ସେହିପରି ରାଜସ୍ଥାନରେ ବି କଂଗ୍ରେସକୁ ୧୦୦ଟି ଆସନ ମିଳିଛି । ଏଠାରେ ବିଏସ୍‌ପି ଖାତାକୁ ଯାଇଛି ୬ଟି ଆସନ । କଂଗ୍ରେସ ସରକାର ଗଢ଼ିବାକୁ ସକ୍ଷମ ଥିଲେ ମଧ୍ୟ ସମର୍ଥନ କରିବାକୁ ମାୟାବତୀ ଘୋଷଣା କରିଛନ୍ତି ।

Loading...
>