ଜୋରଦାର ହେବ ବିଜେପୁର ଲଢେଇ : ବସନ୍ତ ପଣ୍ଡା

ଭୁବନେଶ୍ୱର,):ପୁଣି ଥରେ ରାଜ୍ୟବାସୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି ବିଜେପୁର ନିର୍ବାଚନ ମଣ୍ଡଳୀ । ୨୦୧୮ ଭଳି ୨୦୧୯ ଉପ ନିର୍ବାଚନରେ ମୁହାଁମୁହିଁ ହେବାକୁ ଯାଉଛି ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ଗତ ନିର୍ବାଚନରେ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିବା ବିଜେପି ଏଥର ଆସନ ହାତେଇବାକୁ ଆପ୍ରାଣ ଉଦ୍ୟମ କରିବ । ଏଥିପାଇଁ ରଣନୀତି ମଧ୍ୟ ଦଳ ଆରମ୍ଭ କରି ଦେଇଛି । ଏଥର ମଧ୍ୟ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍‌ ନୁହେଁ ଲଢ଼େଇ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।ବିଜେପୁର ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇସାରିଛି । ସମସ୍ତ ଦଳ ରଣନୀତି ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି । ଏବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଛି । କାହାକୁ ଦଳ ମଇଦାନକୁ ଓହ୍ଲାଇବ ସେ ନେଇ ଚାଲିଛି ବିଚାର ବିମର୍ଷ । ତେବେ ଖୁବ୍‌ ଶୀଘ୍ର ଦଳ ୩ ଜଣଙ୍କ ନାଁ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । କମିଟି ୩ ଜଣ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀଭାବେ ଚୟନ କରିବେ । ଆମେ ଜିତିବା ପାଇଁ ଲଢ଼ିବୁ , ବିଜେପି କେବେ ମାଟି କାମୁଡ଼େନି ବୋଲି ବସନ୍ତ ପଣ୍ଡା ଦମ୍ଭର ସହ କହିଛନ୍ତି । ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ନୁହେଁ ଜୋରଦାର ଲଢ଼େଇ ହେବ ବୋଲି ପରୋକ୍ଷରେ ପ୍ରତିଦ୍ୱନ୍ଦୀଙ୍କୁ ଆହ୍ୱାନ ଦେଇଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ, ଜାତୀୟ ନିର୍ବାଚନ କମିଶନ ସୁନୀଲ ଆରୋରାଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୧ରେ ମତଦାନ ଏବଂ ୨୪ରେ ଭୋଟ ଗଣତି କରାଯିବ । ଏଥିଲାଗି ସେପ୍ଟେମ୍ବର ୨୩  ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ପୂର୍ବ ଉପ ନିର୍ବାଚନକୁ ଦେଖିଲେ ସେଠାରେ ବିଜୟର ସ୍ୱାଦ ଚାଖି ନଥିବା ବିଜେଡ଼ର ଦମଦାର ବିଜୟ ହୋଇଥିଲା । ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜୟୀ ହୋଇଥିଲେ । ଏହା ପରେ ସାଧାରଣ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ସେଠାରୁ ଲଢ଼ି ବିଜେପି ପ୍ରାର୍ଥୀ ପ୍ରାର୍ଥୀ ଶନତ ଗରତିଆଙ୍କୁ ୫୩ହଜାରରୁ ଅଧିକ ଭୋଟରେ ପାରସ୍ତ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ହିଞ୍ଜିଳି ଆସନକୁ କାଏମ ରଖି ବିଜେପୁର ଆସନ ଛାଡ଼ିଛନ୍ତି ।

Loading...
>