ପାଟକୁରା ପାଇଁ ନିର୍ବାଚନ ତାରିଖ ଘୋଷଣା, ଜାଣନ୍ତୁ କେବେ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ମେ’ ୧।  ମେ’ ୨ ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବା ବେଳେ ମେ’ ୪ରେ ଏହାକୁ ପ୍ରତ୍ୟାହାରର ଶେଷ ଦିନ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଗତ ଶନିବାର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଘଟିଥିଲା। ପାଟକୁରାରୁ ୨୦୦୯, ୨୦୧୪ରେ ସେ ବିଧାୟକ ହୋଇଥିଲେ। ବେଦପ୍ରକାଶଙ୍କ ମୃତ୍ୟୁ ପରେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ଏହି ବିଧାନସଭା ଆସନରେ ବିଜେଡି ସାନି ପ୍ରାର୍ଥୀ ଦେବାକୁ ଥିବା ବେଳେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଆଉ ଥରେ ନାମାଙ୍କନପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ସିଇଓ ସୂଚନା ଦେଇଛନ୍ତି।

Loading...
>