ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶ୍ରମ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ନିଷ୍ପତି ଅନୁସାରେ ଶ୍ରମ ଓ କର୍ମ·ରୀ ରାଜ୍ୟ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରୌଦ୍ରତାପରେ ଶ୍ରମିକ ଓ କର୍ମ·ରୀ ମାନଙ୍କୁ କାମ ନକରେଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ରୌଦ୍ରତାପ ବୃଦ୍ଧି ପାଇଥିବା ଦୃଷ୍ଟିରୁ ସମ୍ପୂଣ୍ଣ ର୍ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କ ୁଅଂଶୁଘାତରୁ ରକ୍ଷା କରିବା ପାଇଁ ଚଳିତ ଅପ୍ରେଲ ପହିଲାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟା ଓ ଅପରାହ୍ନ ୩.୩୦ ମଧ୍ୟରେ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଓଡ଼ିଶା ସରକାରଙ୍କର ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସସସ୍ତ ବିଭାଗ,ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ବାହାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରତ୍ୟେହ ମଧ୍ୟାହ୍ନ ୧୧ ଟାରୁ ଅପରାହ୍ନ ୩.୩୦ ଟା ପର୍ଯ୍ୟନ୍ତ କାର୍ଯ୍ୟରେ
ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା କରିବେ ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଂଟର ସମୟ ପରିବର୍ତନ କରିବେ ।
ତେବେ ଅତ୍ୟାବଶ୍ୟକୀୟ ସେବା ସହ ଜଡିତକାର୍ଯ୍ୟ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ ସେ କ୍ଷେତ୍ରରେ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ଶୀତଳ ପାନୀୟ ଜଳ, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା. ପ୍ରତ୍ୟେକ ଶ୍ରମିକ ପାଇଁ ଓ.ଅ ।ର.ଏସ୍. ପ୍ୟାକେଟ ବ୍ୟବସ୍ଥା ଓ କର୍ମ·ରୀ ରାଜ୍ୟ ବୀମା ଯୋଜନା ଅଧିନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସା ଅଧିକାରୀମାନଙ୍କୁ ରୌଦ୍ରତାପ ଓ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସା ପାଇଁ ପ୍ରସ୍ତୁତ ଓ ସଜାଗ ରହିବାକୁ ମଧ୍ୟ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

Loading...
>