ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା : ପରୀକ୍ଷା ବାହାରେ ଦୁନିଆ ରହିଛି

ନୂଆଦିଲ୍ଲୀ, :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚାର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶର ଛାତ୍ରଙ୍କୁ ପରୀକ୍ଷା ସହ ଜଡିତ ବିଭିନ୍ନ ଦିଗ ଉପରେ ବାର୍ତାଳାପ କରୁଛନ୍ତି । ଏହା ଦିଲ୍ଲୀର ତାଲକଟୋରାର ଷ୍ଟାଡିଅମରେ ଅନୁଷ୍ଠିତ ହୋଇଛି । ଏଥିରେ ୨୪ଟି ରାଜ୍ୟର ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଛାତ୍ରଙ୍କ ସହିତ ଶିକ୍ଷକ, ଅଭିଭାବକ ଏବଂ ବିଦେଶୀ ଛାତ୍ରମାନେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହି ସମୟରେ ମୋଦୀ ଚାପମୁକ୍ତ ପରୀକ୍ଷାକୁ ନେଇ ଛାତ୍ରଙ୍କ ସହ ବାର୍ତାଳାପ କରୁଛନ୍ତି ଏବଂ ଚିନ୍ତାମୁକ୍ତ ରହିବା ପାଇଁ ଉପଦେଶ ଦେଇଛନ୍ତି । ଏହି ଅବସରରେ କିଛି ବଛା ବଛା ବିଦ୍ୟାର୍ଥୀଙ୍କୁ ମୋଦୀଙ୍କ ସହ ସାକ୍ଷାତ କରିବାକୁ ଅବସର ମିଳିବ ।

ଗତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀ ଏନସିଆରର ବିଦ୍ୟାର୍ଥୀ ଯୋଗ ଦେଇଥିଲେ । କିନ୍ତୁ ଏଥର କେବଳ ଦେଶ ନୁହେଁ ବରଂ ଋଷ, ନାଇଜେରିଆ, ଇରାନ, ନେପାଳ, କୁବେତ, ସାଉଦୀ ଆରବ, ସିଙ୍ଗାପୁର ଭଳି ଦେଶରୁ ଛାତ୍ରମାନେ ଯୋଗ ଦେଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ଶୁଭାରମ୍ଭ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ହୋଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସମତା ପାର୍ଟିର ସଂସ୍ଥାପକ ଏବଂ ଦେଶର ପୂର୍ବତନ ରକ୍ଷା ମନ୍ତ୍ରୀ ଜଜ ଫଡଣବୀସଙ୍କୁ ମନେ ପକାଇଛନ୍ତି । ଦ୍ୱିତୀୟ ଥର ପାଇଁ ବିଦ୍ୟାର୍ଥୀଙ୍କ ସହ ବାର୍ତାଳାପ କରୁଥିବା ସମୟରେ ମୋଦୀ କହିଛନ୍ତି କି, ଏଥର ଗତ ବର୍ଷ ତୁଳନାରେ ପରିବର୍ତନ ହୋଇଛି । ଏହି ବର୍ଷ ବିଦେଶରୁ ମଧ୍ୟ ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

ମୋଦୀ କହିଛନ୍ତି କି, ଆପଣ ଏଭଳି ଭାବନ୍ତୁ କି, ଆପଣ ପରିବାର ସହ ବସିଛନ୍ତି ଏବଂ ପରିବାରର ଏକ ସଦସ୍ୟ ଆପଣଙ୍କ ସହ କଥା ହେଉଛନ୍ତି । ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ଉପଦେଶ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ଏହି ସମୟରେ କୋଲକତାର ଜଣେ ଶିକ୍ଷକ ପ୍ରଶ୍ନ କରିଥିଲେ କି, ଆମକୁ ଜଣେ ଶିକ୍ଷକ ରୂପରେ ସେହି ଅଭିଭାବକଙ୍କୁ କଣ କହିବା ଉଚିତ୍ ଯିଏ କୁହନ୍ତି ଏହି ପରୀକ୍ଷାରେ ଆପଣଙ୍କ ଭବିଷ୍ୟତ ଗଢି ହେବ କିମ୍ବା ବିଗିଡି ଯିବ । ଏହାର ଉତରରେ ମୋଦୀ କହିଛନ୍ତି କି, ମୁଁ ଏଭଳି କହିବି ନାହିଁ କି, ପରୀକ୍ଷା ପାଇଁ ଚିନ୍ତା କରନ୍ତୁ ନାହିଁ । କିନ୍ତୁ କଣ ଏହି ପରୀକ୍ଷା ଜୀବନର ପରୀକ୍ଷା ତ ନୁହେଁ । ତେବେ ଆପଣ ଯଦି ଭାବିବେ କି ଏହା କେବଳ ଏକ କକ୍ଷାର ପରୀକ୍ଷା ତେବେ ଆପଣ ଚିନ୍ତା ମୁକ୍ତ ହୋଇଯିବ । ପରୀକ୍ଷା ବାହାରେ ଦୁନିଆ ରହିଛି । ବାହାରକୁ ବାହାରନ୍ତୁ । ଜୀବନରେ କଷଟି ରହିବା ଆବଶ୍ୟକ । କାରଣ କଷଟି ଆମକୁ ମାପେ ଏବଂ ଏହା ଦ୍ୱାରା ଆମକୁ ଶକ୍ତି ମିଳି ଥାଏ । ଜୀବନର ଅର୍ଥ ହେଉଛି ଗତି, ସ୍ୱପ୍ନ ଏବଂ ପରିଶ୍ରମ । ଏହି ସମୟରେ ଅଭିଭାବକଙ୍କୁ ମୋଦୀ କହିଛନ୍ତି କି, ସେହି ମା ବାପା ବିଫଳ, ଯେଉଁମାନେ ନିଜ ଜୀବନର ଅଧୁରା ସ୍ୱପ୍ନକୁ ପିଲାଙ୍କ ଉପରେ ଥୋପି ପୂରଣ କରିବାକୁ ଚେଷ୍ଟା କରନ୍ତି । ଶିଶୁ ମଧ୍ୟରେ ଯେଉଁ ସାମର୍ଥ୍ୟ ରହିଛି ତାହାକୁ ଚିହ୍ନିବା ଆବଶ୍ୟକ ।

Loading...
>