ଜାତୀୟ ବାଳିକା କ୍ରିକେଟରେ ଅଂଶଗ୍ରହଣ କରିଥିବା ଛାତ୍ରୀଙ୍କୁ ଯୁବ ସମାଜସେବୀ ଅର୍ଜୁନ ସାହୁଙ୍କ ଶୁଭେଚ୍ଛା

ରାଜକିଶୋରନଗର : ଜାତୀୟ ବାଳିକା କ୍ରିକେଟ୍ ଖେଳ ପାଇଁ ମନୋନୀତ ହୋଇଥିବା ରଣିଆକଟା ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବସୁମତୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଛେଚ୍ଛା ଓ ଅଭିନନ୍ଦନ ମିଳୁଥିବାବେଳେ ଶୁକ୍ରବାର ଦିନ ଯୁବ ସମାଜସେବୀ ଅର୍ଜୁନ ସାହୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ରାଶି ସହିତ ଉତ୍ସାହିତ କରିଥିବା ଜଣାଯାଇଛି । ସମାଜ ସେବୀ ଶ୍ରୀ ସାହୁ ବସୁମତୀଙ୍କୁ ରଣିଆକଟା ଆଦିବାସୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସ ଠାରେ ସାକ୍ଷାତ୍ କରି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । କିଶୋରନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଦେଇ ଭଳି ଏକ ମଫସଲ ଗ୍ରାମରୁ ଜାତୀୟ କ୍ରୀଡା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କର ପ୍ରଚେଷ୍ଟା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ସଫଳତାର ପାହାଚ ଚଢିବା ପାଇଁ ଉତ୍ସାହିତ କରିବା ସହିତ ପ୍ରୋସାôହନ ରାଶି ଯୋଗାଇଦେଇଥିବା ଜଣାଯାଏ । ଜଣେ ଉତ୍ତମ କ୍ରୀଡା ସଙ୍ଗଠକ ଭାବରେ ଶ୍ରୀ ସାହୁ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଯୁବ କ୍ରୀଡା ବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଉଦ୍ୟମ ଜାରିରଖିଥିବା ଜଣାଯାଏ ।

Loading...
>