ଭାଲୁ ଆକ୍ରମଣରେ ଜଣେ ଗୁରୁତର

ରାଜକିଶୋରନଗର : କିଶୋରନଗର ବ୍ଲକ ଅନ୍ତର୍ଗତ ଧଡରପାଳ ଗ୍ରାମର ନିଳାଦ୍ରି ନାୟକ(୩୮) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ କିଶୋରନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନିଳାଦ୍ରି ତାଙ୍କ ଶଶୁର ଘର ସାନରାହିଲା ଗ୍ରାମରେ ଘର ଜ୍ୱାଇଁ ଭାବରେ ରହୁଥିବାବେଳେ ମଙ୍ଗଳବାର ଦିନ ବଡି ଭୋରୁ ସବୁଦିନ ଭଳି ବିଲକୁ ଯାଇଥିଲେ । ବିଲରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଗୁରୁତର ନିଳାଦ୍ରିଙ୍କୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଖବର ପାଇ ବାମୁର ବନାଞ୍ଚଳ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ଭାଲୁ ଆକ୍ରମଣରେ ଆହତ ନିଳାନ୍ଦ୍ରି ନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରାଥମିକ ଚିକିତ୍ସାପରେ ନିଳାନ୍ଦ୍ରିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାଯାଏ ।

Loading...
>