fbpx
Home News କରୋନା ମୁକାବିଲା ପାଇଁ ବିଏମସିର ବଡ ପଦକ୍ଷେପ, ୟୁନିଟ-୧ ହାଟକୁ ୪୫ଦିନ ପାଇଁ ସ୍ଥାନାନ୍ତର କଲା

କରୋନା ମୁକାବିଲା ପାଇଁ ବିଏମସିର ବଡ ପଦକ୍ଷେପ, ୟୁନିଟ-୧ ହାଟକୁ ୪୫ଦିନ ପାଇଁ ସ୍ଥାନାନ୍ତର କଲା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମର ପଦ ପଦକ୍ଷେପ । ଗହଳି କମାଇବାକୁ ଭୁବନେଶ୍ବର ୧ନମ୍ବର ହାଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯଇଛି । ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ବ୍ୟବସାୟୀ ବସି ନିଜର ବ୍ୟବସାୟ କରିବେ ବୋଲି ବିମ୍‌ସି ନିଷ୍ପତ୍ତି ନେଇଛି ।ଗୁରୁବାର ଦିନ ଜନଗହଳି ପୂର୍ଣ୍ଣ ୧ହାଟକୁ ସ୍ଥାନାନ୍ତରିତ କରାଯାଇଛି । କିଛି ବ୍ୟବସାୟୀଙ୍କୁ ୟୁନିଟ୍‌-୧ ହାଇସ୍କୁଲ ପଡିଆରେ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତା ୪୫ଦିନ ପାଇଁ ହାଟ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି । ତୁରନ୍ତ ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହାଟରେ ସକାଳ ସମୟରେ ବିକ୍ରି ହେଉଥିବା ସମୟରେ ଗହଳି ଦେଖିବାକୁ ମଳିଥିଲା । ଯାହାକୁ ଦେଖି ଏଭଳି ପଦକ୍ଷେପ ବିଏମ୍‌ସି କର୍ତ୍ତୃପକ୍ଷ ନେଇଛନ୍ତି । ଦୋକାନରୁ ଜିନିଷ କିଣାବିକା ସମୟରେ ସାମାଜିକ ଦୂରତା ରକ୍ଷାକରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ନେଇ ବ୍ୟବସାୟୀମାନେ ସ୍ୱାଗତ ଜଣାଇଛନ୍ତି । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>