ଦିଲ୍ଲୀପଙ୍କ ମୁହଁରେ ନବୀନଙ୍କ ପ୍ରଶଂସା, କହିଲେ ଏହି ବଡ କଥା

ଭୁବନେଶ୍ୱର ୩୦।୧୨ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ରାଜନେତା ତଥା ହେଟେଲିୟର ଦିଲ୍ଲୀପ ରାୟ ଖୋଲା ଖୋଲି ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଏବେ ଓଡିଶା ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପାଇଛି ବୋଲି ସେ କହିଛନ୍ତି । ବିମାନ ବନ୍ଦରଠାରୁ ବିଭିନ୍ନ ଜାତୀୟ ସ୍ତରରେ ମାଗାଜିନ୍‌ରେ ଏବେ ଓଡିଶା କଥା ସ୍ଥାନ ପାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏବେ ରାଜ୍ୟରେ ବିଶ୍ୱକପ୍‌ ହକି ସହ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର କ୍ରୀଡାର ଆୟୋଜନ କରାଯାଉଛି । ଇକୋ ରିଟ୍ରିଟ୍‌ ପରି ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଅନ୍ତର୍ଜାତୀୟ ଫେଷ୍ଟିଭାଲ୍‌ ଆୟୋଜନ କରାଯାଉଛି । ଏହା ରାଜ୍ୟର ସମ୍ମାନ ଓ ଗୌରବ ବୃଦ୍ଧି କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଦିଲ୍ଲୀପ କହିଛନ୍ତି ।ଗୋପାଳପୁର ବେଳାଭୂମି ମହୋତ୍ସବରେ ଉଦ୍‌ବୋଧନ ଦେବା ସମୟରେ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କର ଖୋଲା ଖୋଲି ପ୍ରଶଂସା କରିଛନ୍ତି । ଏବେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।
ପୂର୍ବରୁ ଦିଲ୍ଲୀପ ରାୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏହା ଏବେ ନୂତନ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ହୋଇପାରିଛି । ପୁରୀ ଲିଙ୍ଗରାଜ ଓ କୋଣାର୍କର ବିକାଶ ସହ ଜଗନ୍ନାଥ ମନ୍ଦିର ପାଇଁ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଓଡିଶା ବାସୀ ମୁଖ୍ୟମନ୍ତ୍ରୀଙ୍କୁ ମନୋପକାଇବେବୋଲି ସେ କହିଛନ୍ତି ।ତେବେ ଦିଲ୍ଲୀପ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଖୋଲା ଖୋଲି ପ୍ରଶଂସା କରିବା ରାଜନୈତିକ ସମୀକରଣ ପରିବର୍ତ୍ତନ କରିପାରେ ବୋଲି ଅନେକ ଆଶଂକା କ ରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ କିଛି ବୋଲି ସମ୍ଭବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

Loading...
>