କମ୍ପ୍ୟୁଟରରେ କାମ କରୁଥିଲେ ସାବଧାନ !

 

ଲ୍ୟାପଟପ୍ ଏବଂ କମ୍ପ୍ୟୁଟର୍ ଆମ ଜୀବନକୁ ଏବେ ଯେତିକି ସହଜ କରିଛି, ତା’ଠୁ ଅଧିକ ରୋଗାକ୍ରାନ୍ତ । ଲଗାତାର ୭-୮ ଘଣ୍ଟା ଏଥିରେ କାମ କରିବା ଦ୍ୱାରା ଆଖି ଉପରେ ତ ଖରାପ ପ୍ରଭାବ ପଡ଼େ, ତା’ସହ ହାତ ଆଙ୍ଗୁଳିରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । କର୍ପଲ୍ ଟନଲ୍ ସିଣ୍ଡ୍ରୋମ୍ ନାମକ ରୋଗ, ସେଭଳି ଲୋକଙ୍କ-ଠାରେ ଅଧିକ ଦେଖାଯାଏ ଯେଉଁମାନେ ଅଧିକାଂଶ ସମୟ କମ୍ପ୍ୟୁଟର ଏବଂ ଲ୍ୟାପଟପ୍‌ରେ ଟାଇପ୍ କରିଥାନ୍ତି । ଏହି ରୋଗ ଦ୍ୱାରା ହାତରେ ଯନ୍ତ୍ରଣା ସାଙ୍ଗକୁ ଆଙ୍ଗୁଳି ବଧିରା ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏକ ଗବେଷଣାରୁ ଜଣାପଡ଼ିଛି ଭାରତରେ ୩୦ ପ୍ରତିଶତ ଯୁବପିଢ଼ିଙ୍କ ମାଂସପେଶୀ ଏବଂ ସ୍ନାୟୁ ସମ୍ବନ୍ଧୀୟ ରୋଗ ଦେଖାଯାଇଛି । ଏହାର ସବୁଠୁ ବଡ଼ କାରଣ ପାଲଟିଛି କମ୍ପ୍ୟୁଟର ଏବଂ ଲ୍ୟାପ୍‌ଟପ୍‌ରେ ଦୀର୍ଘ ସମୟ ଟାଇପ୍ । ଏଭଳି ସମସ୍ୟା ଲାଗିରହିଲେ, ଭବିଷ୍ୟତରେ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁୂ ପଡ଼ିଥାଏ, ନଚେତ୍ ପାରାଲିସିସ୍ ଭଳି ସମସ୍ୟା ସୃଷ୍ଟି ହୁଏ । ଏହି ରୋଗର ସବୁଠୁ ବିଶେଷ କଥା ହେଉଛି, ହାତର କନିଷ୍ଠ ଆଙ୍ଗୁଳିରେ ଏହାର କୌଣସି ପ୍ରଭାବ ପଡ଼େନାହିଁ । ରୋଗଗ୍ରସ୍ତ ବ୍ୟକ୍ତିଙ୍କ ହାତରେ କିଛି ଫୁଲିବା ଭଳି ଅନୁଭବ ହୋଇଥାଏ । ପାପୁଲିରୁ ନେଇ କହୁଣୀ ଯାଏ ଯନ୍ତ୍ରଣା ଅନୁଭୂତ ହୁଏ । ଏମିତିକି ପୀଡ଼ିତ ବ୍ୟକ୍ତି ହାତରେ ଏତେ ଦୁବର୍ଳତା ଅନୁଭବ କରେ ଯେ ସାମାନ୍ୟ ହାଲ୍‌କା ଜିନିଷଟିଏ ଉଠାଇବା କ୍ଷମତା ବି ହରାଇବସେ ।

Loading...
>