କାଳୀପୂଜା ପାଇଁ ସରକାରୀ କାର୍ଯ୍ୟାଳୟ ଛୁଟି

ଭଦ୍ରକ :ଭଦ୍ରକରେ ସହରରେ ଧୂମଧାମରେ ଚାଲିଛି ମା’ କାଳୀଙ୍କ ପୂଜା । ପଥରକାଳୀ, ଭଦ୍ରକାଳୀ, ରାଜଘାଟ କାଳୀ, ବିଶାଣୀଖର୍ଦା, ଏରେଇଁ କାଳୀ, ଟ୍ରାଫିକ କାଳୀ ଆଦି ମଣ୍ଡପରେ ୧୧ ମେଢ଼ ପୂଜା ପାଉଛନ୍ତି । ତେବେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କାଳୀପୂଜା ଚାଲିଛି । ସେଥିପାଇଁ ଆଜି ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।

ଜିଲ୍ଲାପାଳ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆଜି ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । କାଳୀପୂଜା ଚାଲିଥିବାରୁ ଛୁଟି ଘୋଷଣା ହୋଇଛି ।  ସହରରେ ୯ ଦିନ ଧରି ଚାଲିବ ମାଆଙ୍କ ଆରାଧନା । ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପୂଜା ହେବ। ଏଥର ୧୧ଟି ମେଢ଼ କରାଯାଇଛି । କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଦୁଆଙ୍କୁ ଧରିବାକୁ ପାଇଁ ସହରର ଗଳିରେ ସ୍ୱତନ୍ତ୍ର “ମଦୁଆ ଧରା ଗାଡ଼ି” ବୁଲିବ । ସେହିପରି ସମସ୍ତ ୧୧ଟି ପୂଜା ମଣ୍ଡପ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଛି । ଅପରାଧିମାନଙ୍କ ଉପରେ ନଜର ରଖିବାକୁ ସହରରେ ସାଧା ପୋଷାକ ଧାରୀ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Loading...
>