କଂଗ୍ରେସକୁ ଜେଜେପିର ଅଫର, ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା ମୁକାବିଲା ଜାରି ରଖିଛି। ଏଠାରେ ସରକାର ଗଠନ ପାଇଁ ଜନନାୟକ ଜନତା ପାର୍ଟି(ଜେଜେପି) କିଙ୍ଗ୍‌ମେକର ସାଜିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଜେଜେପି ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ ବୋଲି କଂଗ୍ରେସ ଉଦ୍ଦେଶ୍ୟରେ କହିଛି। ତେବେ ଭାଜପା ଜେଜେପି ସହିତ କଥାବାର୍ତ୍ତା ପାଇଁ ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଏବଂ ସୁଖବୀର ସିଂ ବାଦଲଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

Loading...
>