ମନ୍ଦିରରୁ ସରକାର ଚଳାଇବେ ଯୋଗୀ ଆଦିତ୍ୟନାଥ

ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସରକାରକୁ ଆଗାମୀ ପାଞ୍ଚ ଦିନ ଯାଏଁ ଗୋରଖନାଥ ମନ୍ଦିରରୁ ପରିଚାଳନା କରିବେ । ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁରସ୍ଥିତ ଗୋରଖନାଥ ମନ୍ଦିରର ପୀଠାଧିଶ୍ୱେର ମଧ୍ୟ ଅଛନ୍ତି ଏବଂ ମଙ୍ଗଳବାର ଯାଏଁ ସେ ଏହି ଭୂମିକାରେ ଦେଖାଯିବେ ।

ମନ୍ଦିର ପରିଚାଳନା ତରଫରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଯୋଗୀ ବୁଧବାର ଯାଏଁ ଗୋରଖପୁରରେ ରହିବେ । ଏହି ସମୟରେ ସେ ନବରାତ୍ରୀର ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା କରିବା ପରେ ଦଶହାରା ଦିନ ପରଂପରାଗତ ବିଜୟ ଶୋଭାଯାତ୍ରାରେ ଗୋରଖପୀଠାଧୀଶ୍ୱରର ନେତୃତ୍ୱ ନେବେ । ଗୋରଖପୁର ରୁ ସେ ଅକ୍ଟୋବର ୯ ପୂର୍ବାହ୍ଣରେ ଲଖନଉ ଅଭିମୁଖେ ବାହାରିବେ ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୁଖ୍ୟକାର୍ଯ୍ୟାଳୟରୁ ସିଧାସଳଖ ଚମ୍ପା ଦେବୀ ପାର୍କ ପହଂଚିବେ । ସେଠାରେ ମୋରାରି ବାପୁଙ୍କ ରାମାୟଣ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଶନିବାର ସନ୍ଧ୍ୟାରେ ସେ ଗୋରଖନାଥ ମନ୍ଦିରରେ ପୂରା ବିଧିବିଧାନ ସହ ପୂଜା କରିଛନ୍ତି । ଯୋଗୀ ଆଦିତ୍ୟନାଥ ସୋମବାର ଅର୍ଥାତ ନବରାତ୍ରୀର ନବମୀ ତିଥିରେ କନ୍ୟାପୂଜନ କରିବେ । କନ୍ୟାମାନଙ୍କ ପାଦ ଧୋଇ ଭୋଜନ କରାଇବେ । ନବରାତ୍ରୀ ଶେଷ ହେବା ପରେ ମଙ୍ଗଳବାର ୪ଟାରେ ବିଜୟ ଶୋଭାଯାତ୍ରାରେ ସାମିଲ ହେବେ । ବିଜୟା ଦଶମୀ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସହଭୋଜ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏବଂ ବୁଧବାର ସକାଳୁ ଲଖନଉ ଅଭିମୁଖେ ବାହାରିବେ ।

Loading...
Loading...
>