୫ ବର୍ଷରେ ରାହୁଲଙ୍କ ସମ୍ପତ୍ତି ୬୮% ବଢିଛି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୬୮ ପ୍ରତିଶତ ବଢିଛି। ଗୁରୁବାର କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥିଲେ ରାହୁଲ ନିଜ ସମ୍ପତ୍ତି ବିଷୟରେ ଉଲ୍ଲେଖ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ରାହୁଲଙ୍କ ସମ୍ପତ୍ତିର ପରିମାଣ ମୋଟ ୧୫.୮୮ କୋଟି ଟଙ୍କା ବୋଲି ଜଣାପଡିଛି। ୨୦୧୪ ନିର୍ବାଚନବେଳେ ଏହା ୯.୪କୋଟି ଟଙ୍କା ଥିଲା। ରାହୁଲଙ୍କ ପାଖରେ କୌଣସି କାର୍‌ ନ ଥିଲାବେଳେ ୭୨ ଲକ୍ଷ ଟଙ୍କାର ସେ ଋଣ କରିଛନ୍ତି। ଦିଲ୍ଲୀରେ ତାଙ୍କର ପୈତୃକ ଜମି ରହିଛି। ୨୦୧୭-୧୮ ବର୍ଷରେ ତାଙ୍କର ମୋଟ ୧୧ଲକ୍ଷ ୮୫ହଜାର ୫୭୦ଟଙ୍କା ଆୟ ଥିଲା। ରାହୁଲଙ୍କ ବିରୋଧରେ ୫ଟି ମାମଲା ଥାନାରେ ଚାଲିଛି ବୋଲି ନାମାଙ୍କନ ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଓ୍ବାୟନାଡ ଆସନ ସହ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ମଧ୍ୟ ରାହୁଲ ନିର୍ବାଚନ ଲଢୁଛନ୍ତି।

Loading...
>