ନିର୍ବାଚନ ମଇଦାନରେ ସାମ୍ନାସାମ୍ନୀ ହେବେ ଶ୍ୱଶୁର-ଜ୍ୱାଇଁ !

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଆଗାମୀ ନିର୍ବାଚନରେ ନିଜ ଶ୍ୱଶୁରଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ଗୋଟିଏ ପଟେ ଆର୍‌ଜେଡି ତେଜ ପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ତେଜ ପ୍ରତାପ ସ୍ବାଧୀନ ଭାବେ ତାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ବୋଲି ସୂଚନା ମିଳିଛି। ସରନ ଆସନରୁ ଶ୍ୱଶୁର ଜ୍ୱାଇଁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛି ମାସ ତଳେ ତେଜପ୍ରତାପ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାକୁ କୋର୍ଟରେ ଆବେଦନ କରିଥିବା ବେଳେ ଶ୍ୱଶୁର ଘର ସହ ତାଙ୍କର ଭଲ ସମ୍ପର୍କ ନାହିଁ।

Loading...
>