ଚୁଟିକଳା କରି ମାୟାବତୀ ନିଜକୁ ଯୁବା ପ୍ରମାଣିତ କରୁଛନ୍ତି : ବିଜେପି ବିଧାୟକ

ନୂଆଦିଲ୍ଲୀ : ନିର୍ବାଚନୀ ମାହୋଲ ଆରମ୍ଭ ହେଲେ ବୟାନବାଜି, ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି | ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଛନ୍ତି ନେତା ରାଜନେତା | ଉତ୍ତର ପ୍ରଦେଶ ବଲିଆ ବିଧାୟକ ସୁରେନ୍ଦ୍ର ସିଂ ନିଜ ବୟାନବାଜିକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି | ସୁରେନ୍ଦ୍ର ସିଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ, ମାୟାବତୀ ପ୍ରତିଦିନ ଫେସିଆଲ କରୁଛନ୍ତି | ସେ ପୁଣି ବିଜେପି ନେତାଙ୍କୁ ସଉକିନ ବୋଲି କହୁଛନ୍ତି | ସେ କହିଛନ୍ତି ମାୟାବତୀଙ୍କ ବୟସ ହୋଇଗଲାଣି, ଚୁଟି ପାଚିଗଲାଣି, ତଥାପି ସେ ନିଜକୁ ଯୁବା ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି | ମାୟାବତୀଙ୍କ ବୟସ ୬୦ ବର୍ଷ ହେଲାଣି ତଥାପି ତାଙ୍କ ଚୁଟିର ରଙ୍ଗ କଳା ଅଛି | ନିଜ ଚୁଟି କଳା କରି ସେ ନିଜକୁ ଯୁବା ପ୍ରମାଣିତ କରୁଛନ୍ତି | ଏହାକୁ ସଉକ ବୋଲି କୁହାଯାଏ ବୋଲି କହିଛନ୍ତି ସୁରେନ୍ଦ୍ର ସିଂ | ମୋଦିଜୀ କେବଳ ସ୍ୱଚ୍ଛ ବସ୍ତ୍ର ହିଁ ପିନ୍ଧନ୍ତି ବୋଲି କହିଥିଲେ ସୁରେନ୍ଦ୍ର ସିଂ |

Loading...
>