ପଦ୍ମ ପୋଖରୀରେ ପ୍ରକାଶ

ଭୁବନେଶ୍ୱର : ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ତଥା ମୁଖାପାତ୍ର ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଗତକାଲି ବିଧାୟକ ଶ୍ରୀ ବେହେରା ଇସ୍ତଫା ପ୍ରଦାନ କରିଥିଲେ । ଆଜି ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ପରେ କହିଛନ୍ତି ଯେ, ମୁଁ ନରେନ୍ଦ୍ର ମୋଦି ଓ ବିଜେପିର ଆଦର୍ଶକୁ ଭଲ ପାଇଁ ବିଜେପିରେ ମିିଶିଛି । ମୋଦିଙ୍କ ସବ୍ ବିକାଶ ସବ୍କା ସାଥା ଧାରାକୁ ମୁଁ ଆଗେଇ ନେବି । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ଧରି ଶ୍ରୀ ବେହେରା କଂଗ୍ରେସର ଥିଲେ । ତେବେ ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

Loading...
>