ୟୁଟୁବ ଦେଖି ପ୍ରସବ କରୁଥିଲେ ଅବିବାହିତା ଝିଅ, ତା’ ପରେ କ’ଣ ହେଲା ପଢନ୍ତୁ

ଗୋରଖପୁର,: ଲୋକଲଜ୍ଜା ଭୟରେ ଘରେ ୟୁଟ୍ୟୁବ୍‌ ଦେଖି ପ୍ରସବ କରୁଥିବା ଜଣେ ଅବିବାହିତା ଯୁବତୀଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏହି ଅଭାବନୀୟ ଘଟଣା। ସ୍ଥାନୀୟ ବହରାଇଚ୍‌ର ବାସିନ୍ଦା ମୃତ ଯୁବତୀଙ୍କର ଜଣେ ଯୁବକଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କରୁ ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ବିବାହ କରିବାକୁ ମନା କରିଥିଲେ। ତେବେ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ଗର୍ଭପାତ କରିବାକୁ ଯୁବତୀଙ୍କ ପରିବାର ସଦସ୍ୟ ରାଜି ହୋଇ ନ ଥିଲେ। ଯୁବତୀ ସନ୍ତାନ ପ୍ରସବ କରିବା ପାଇଁ ୪ ଦିନ ତଳେ ଗୋରଖପୁର ଆସି ଏକ ଭଡ଼ାଘରେ ରହିଥିଲେ। ସେ କୌଣସି ହସ୍ପିଟାଲ ନଯାଇ ଘରେ ୟୁଟ୍ୟୁବ୍‌ ଦେଖି ପ୍ରସବ କରୁଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ନବଜାତକ ସହିତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ରକ୍ତ ଘର ବାହାରକୁ ଆସିବାରୁ ଲୋକେ ଘରମାଲିକଙ୍କୁ ଖବର ଦେଇଥିଲେ। ମାଲିକ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚିଥିଲା। ଘର ଭିତରେ ମୋବାଇଲ୍‌ରେ ୟୁଟ୍ୟୁବ୍‌ ପ୍ରସବ ଭିଡ଼ିଓ ଚାଲିଥିବା ପୋଲିସ ଦେଖିଥିବା ଇନସ୍ପେକ୍ଟର ରବି ରାୟ ସୂଚନା ଦେଇଛନ୍ତି। ଆବଶ୍ୟକ ପ୍ରମାଣ ମିଳିଲେ ପ୍ରେମିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Loading...
>